ଆସ୍ଥା ଚିଟ୍‌ଫଣ୍ଡ୍‌ ମାମଲା: ଶିବାଜୀ ଚୌହାନଙ୍କୁ ୨୨ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ଆସ୍ଥା ଚିଟ୍‌ଫଣ୍ଡ୍‌ ଠକେଇ ମାମଲାର ଅନ୍ୟତମ ନିର୍ଦ୍ଦେଶକ ଚନ୍ଦ୍ରସେନ ଶିବାଜୀ ଚୌହାନଙ୍କୁ ରିମାଣ୍ଡରେ ନେଲା ସିବିଆଇ। ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟ ଫେବ୍ରୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ତାଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ରିମାଣ୍ଡ ଅବଧି ମଧ୍ୟରେ ସିବିଆଇ ତାଙ୍କୁ ଜମାକାରୀ ଓ ଜମାଟଙ୍କା ସଂପର୍କରେ ପଚରାଉଚରା କରିବ। ଆସ୍ଥା ଇଣ୍ଟରନ୍ୟାସ୍‌ନାଲ୍  ଚିଟ୍‌ଫଣ୍ଡ୍ ସଂସ୍ଥା ଓଡ଼ିଶାରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ସଂସ୍ଥାର ଓଡ଼ିଶା ମୁଖ୍ୟ […]

CBI

Rakesh Mallick
  • Published: Monday, 15 February 2016
  • , Updated: 15 February 2016, 01:20 PM IST

ଭୁବନେଶ୍ୱର: ଆସ୍ଥା ଚିଟ୍‌ଫଣ୍ଡ୍‌ ଠକେଇ ମାମଲାର ଅନ୍ୟତମ ନିର୍ଦ୍ଦେଶକ ଚନ୍ଦ୍ରସେନ ଶିବାଜୀ ଚୌହାନଙ୍କୁ ରିମାଣ୍ଡରେ ନେଲା ସିବିଆଇ। ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟ ଫେବ୍ରୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ତାଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ରିମାଣ୍ଡ ଅବଧି ମଧ୍ୟରେ ସିବିଆଇ ତାଙ୍କୁ ଜମାକାରୀ ଓ ଜମାଟଙ୍କା ସଂପର୍କରେ ପଚରାଉଚରା କରିବ।

ଆସ୍ଥା ଇଣ୍ଟରନ୍ୟାସ୍‌ନାଲ୍  ଚିଟ୍‌ଫଣ୍ଡ୍ ସଂସ୍ଥା ଓଡ଼ିଶାରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଧାରରେ ସଂସ୍ଥାର ଓଡ଼ିଶା ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାକୁ କ୍ରାଇବ୍ରଞ୍ଚ୍ ଗିରଫ କରିଥିଲା। ଶୁଭ୍ରାଂଶୁଙ୍କ ସହଯୋଗୀ ଭାବେ ଜଣାଶୁଣା ଶିବାଜୀ ରାଓ ଓଡ଼ିଶା ସମେତ ମହାରାଷ୍ଟ୍ର, ଗୁଜରାଟରେ ଚିଟ୍‌ଫଣ୍ଡ୍‌ କାରବାରରେ ସଂପୃକ୍ତ ଥିଲେ। ଏନେଇ ଅଭିଯୋଗ ପାଇବା ପରେ ଗୁଜରାଟ ପୋଲିସ୍ ଶିବାଜୀକୁ ଗିରଫ କରିଥିଲା। ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ପରେ ଓଡ଼ିଶାରେ ଥିବା ମାମଲାର ତଦନ୍ତ ପାଇଁ ତାଙ୍କୁ ଏଠାକୁ ଅଣାଯାଇଛି। ତାଙ୍କୁ  ସୁରାଟ ଜେଲରୁ  କଡ଼ା ସୁରକ୍ଷା ମଧ୍ୟରେ ଅଣାଯାଇ ‌ଆଜି ଭୁବନେଶ୍ୱର ସିବିଆଇ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା ଓ ୮ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା।

Related story