ଏଟି ଲିଙ୍କ୍‌: ଆଇନଜୀବୀ ଦେବାଶିଷ ପଣ୍ଡାକୁ ଜାମିନ

ଭୁବନେଶ୍ୱର: ଏଟି ଲିଙ୍କରେ ଗିରଫ ଆଇନଜୀବୀ ଦେବାଶିଷ ପଣ୍ଡାକୁ ଜାମିନ  ମିଳିଛି। ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ୫୦ ହଜାର ଟଙ୍କା ବଣ୍ଡ ଓ ୨ଜଣଙ୍କ ଜାମିନଦାର ବଦଳରେ ଜାମିନ ପ୍ରଦାନ କରିଛନ୍ତି। ଏଟି ଲିଙ୍କରେ ଦେବାଶିଷଙ୍କ ସମେତ ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କୁ ଗତ ସୋମବାର ସିବିଆଇ ଗିରଫ କରିଥିଲା। ରଜତଙ୍କୁ ପଚରାଉଚରା ପାଇଁ ସିବିଆଇ ରିମାଣ୍ଡରେ ନେଇଛି। ଦେବାଶିଷଙ୍କୁ ଜାମିନ ମିଳିବା ପରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ […]

odisha

Rakesh Mallick
  • Published: Friday, 08 July 2016
  • , Updated: 08 July 2016, 11:26 PM IST

ଭୁବନେଶ୍ୱର: ଏଟି ଲିଙ୍କରେ ଗିରଫ ଆଇନଜୀବୀ ଦେବାଶିଷ ପଣ୍ଡାକୁ ଜାମିନ  ମିଳିଛି। ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ୫୦ ହଜାର ଟଙ୍କା ବଣ୍ଡ ଓ ୨ଜଣଙ୍କ ଜାମିନଦାର ବଦଳରେ ଜାମିନ ପ୍ରଦାନ କରିଛନ୍ତି।

ଏଟି ଲିଙ୍କରେ ଦେବାଶିଷଙ୍କ ସମେତ ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କୁ ଗତ ସୋମବାର ସିବିଆଇ ଗିରଫ କରିଥିଲା। ରଜତଙ୍କୁ ପଚରାଉଚରା ପାଇଁ ସିବିଆଇ ରିମାଣ୍ଡରେ ନେଇଛି।

ଦେବାଶିଷଙ୍କୁ ଜାମିନ ମିଳିବା ପରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ କାର୍ଯ୍ୟବନ୍ଦ ଆନ୍ଦୋଳନରୁ ଓହରି ଯାଇଛି। ଆସନ୍ତା ସୋମବାରଠାରୁ ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Related story