ଆତଙ୍କବାଦୀ ଅବଦୁର ରେହମାନକୁ ରିମାଣ୍ଡରେ ନେଲା ଝାଡ଼ଖଣ୍ଡ ପୋଲିସ୍

ଭୁବନେଶ୍ୱର: ଓଡ଼ିଶାର ଜଗତପୁରରୁ ଗିରଫ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନକୁ ଆଜି କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନେଇଛି ଝାଡ଼ଖଣ୍ଡ ପୋଲିସ୍। ସ୍ଥାନୀୟ ସିଜେଏମ୍‌ଙ୍କ କୋର୍ଟଙ୍କ ଅନୁମତିକ୍ରମେ ରେହମାନକୁ ୭ ଦିନିଆ ରିମାଣ୍ଡରେ ନେଇଛି ଝାଡ଼ଖଣ୍ଡ ପୋଲିସ୍। ଜାମସେଦପୁର ଓ ରାଞ୍ଚିରେ ଅବଦୁରର ଅତୀତ କାର୍ଯ୍ୟକଳାପ ନେଇ ଉଭୟ ଝଡ଼ଖଣ୍ଡ ଓ ଦିଲ୍ଲୀ ପୋଲିସ୍‌ ସ୍ୱତନ୍ତ୍ର ସେଲର ଅଧିକାରୀମାନେ ଜେରା କରିବେ। ତଦନ୍ତରେ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଏବଂ ଗୁଇନ୍ଦା ବ୍ୟୁରୋ ଅଫିସରମାନେ ସାମିଲ […]

ahamad-rehama

Rakesh Mallick
  • Published: Tuesday, 26 April 2016
  • , Updated: 26 April 2016, 12:46 PM IST

ଭୁବନେଶ୍ୱର: ଓଡ଼ିଶାର ଜଗତପୁରରୁ ଗିରଫ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନକୁ ଆଜି କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନେଇଛି ଝାଡ଼ଖଣ୍ଡ ପୋଲିସ୍। ସ୍ଥାନୀୟ ସିଜେଏମ୍‌ଙ୍କ କୋର୍ଟଙ୍କ ଅନୁମତିକ୍ରମେ ରେହମାନକୁ ୭ ଦିନିଆ ରିମାଣ୍ଡରେ ନେଇଛି ଝାଡ଼ଖଣ୍ଡ ପୋଲିସ୍। ଜାମସେଦପୁର ଓ ରାଞ୍ଚିରେ ଅବଦୁରର ଅତୀତ କାର୍ଯ୍ୟକଳାପ ନେଇ ଉଭୟ ଝଡ଼ଖଣ୍ଡ ଓ ଦିଲ୍ଲୀ ପୋଲିସ୍‌ ସ୍ୱତନ୍ତ୍ର ସେଲର ଅଧିକାରୀମାନେ ଜେରା କରିବେ। ତଦନ୍ତରେ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା ଏବଂ ଗୁଇନ୍ଦା ବ୍ୟୁରୋ ଅଫିସରମାନେ ସାମିଲ ହୋଇପାରନ୍ତି।

ଜାମସେଦପୁର ଓ ରାଞ୍ଚି ସହରର ବିଭିନ୍ନ ସ୍ଥାନରେ ଅବଦୁର ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ତା’ ବିରୋଧରେ ଝାଡ଼ଖଣ୍ଡ ପୋଲିସ ଏକାଧିକ ମାମଲା ରୁଜୁ କରିଥିଲା। ଅବଦୁର ରେହମାନର ସହଯୋଗୀ ମହମ୍ମଦ ସାମ୍ମୀକୁ ମଧ୍ୟ ଝାଡ଼ଖଣ୍ଡ ପୋଲିସ ରିମାଣ୍ଡରେ ନେବ। ଝାଡ଼ଖଣ୍ଡରେ ତଦନ୍ତ ପରେ ଉଭୟଙ୍କୁ ଓଡ଼ିଶା ଅଣାଯାଇ ଅଧିକ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି।

କଟକ ଜିଲ୍ଲା ଜଗତପୁର ଥାନାଠାରୁ ୫ କି.ମି. ଦୂର ପଶ୍ଚିମକଛ ଗାଁରୁ ଡିସେମ୍ବର ୧୫ ତାରିଖ ରାତିରେ ରେହମାନକୁ ଗିରଫ କରାଯାଇଥିଲା। ରେହମାନ ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍ (ଏକ୍ୟୁଆଇଏସ୍)ର ନିଯୁକ୍ତି କଥା ବୁଝୁଥିଲା। ଫୋନ୍ ଟ୍ରାକିଂରୁ ରେହମାନ ଓଡ଼ିଶାରେ ଥିବା ଦିଲ୍ଲୀ ପୋଲିସ୍ ସୂଚନା ପାଇବା ପରେ କମିଶନରେଟ୍ ପୋଲିସ୍ ସହ ଯୋଗାଯୋଗ କରିଥିଲା। ଲଗାତାର ରେହମାନ ଫୋନକଲ୍ ଓ ବ୍ୟାଙ୍କ କାରବାର ଉପରେ ନଜର ରଖାଯାଇଥିଲା। ଆତଙ୍କବାଦୀ ସହ ତା’ର ସମ୍ପୃକ୍ତି ସ୍ପଷ୍ଟ ହେବା ପରେ ଦିଲ୍ଲୀ ପୋଲିସର ଏକ ଟିମ୍ ଓଡ଼ିଶା ଆସି କମିଶନରେଟ୍‌ ପୋଲିସ ସହାୟତାରେ ରେହମାନକୁ ଗିରଫ କରିଥିଲା।

Related story