ଅର୍ଥ ହେରଫେର ମାମଲା: ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଗଲେ ନବରଙ୍ଗପୁର ବିଧାୟକ

ଜୟପୁର: ଅର୍ଥ ହେରଫେର କରିବା ଅଭିଯୋଗରେ ଆଜି ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ ହାଜର ହୋଇଥିଲେ। ସେ କୋର୍ଟରେ ହାଜର ହେବା ପରେ ସେ ୫୦ ହଜାର ଟଙ୍କା  ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଯାଇଛନ୍ତି। ସୂଚନାଯୋଗ୍ୟ,ରନ୍ଧାରୀ ୨୦୦୯ ମସିହାରେ ନବରଙ୍ଗପୁର ବିଧାୟକ ହେବା ପୂର୍ବରୁ ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକରେ କିରାଣୀ ଥିବାବେଳେ ଏହି ଅନିୟମିତତା କରିଥିବା ଅଭିଯୋଗ କରି  ପୂର୍ବତନ କୋଡିଙ୍ଗା  କଂଗ୍ରେସ ବିଧାୟକ ସଦନ ନାୟକ ଜୟପୁର ଭିଜିଲାନସ କୋର୍ଟରେ […]

nabarangpur-bidayaka

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 09:05 AM IST

ଜୟପୁର: ଅର୍ଥ ହେରଫେର କରିବା ଅଭିଯୋଗରେ ଆଜି ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ ହାଜର ହୋଇଥିଲେ। ସେ କୋର୍ଟରେ ହାଜର ହେବା ପରେ ସେ ୫୦ ହଜାର ଟଙ୍କା  ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଯାଇଛନ୍ତି।

ସୂଚନାଯୋଗ୍ୟ,ରନ୍ଧାରୀ ୨୦୦୯ ମସିହାରେ ନବରଙ୍ଗପୁର ବିଧାୟକ ହେବା ପୂର୍ବରୁ ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକରେ କିରାଣୀ ଥିବାବେଳେ ଏହି ଅନିୟମିତତା କରିଥିବା ଅଭିଯୋଗ କରି  ପୂର୍ବତନ କୋଡିଙ୍ଗା  କଂଗ୍ରେସ ବିଧାୟକ ସଦନ ନାୟକ ଜୟପୁର ଭିଜିଲାନସ କୋର୍ଟରେ ଏକ ମାମଲା କରିଥିଲେ।

 

 

Related story