‌ଆଠଗଡ଼: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଘରୁ ଲୁଟ୍

ଆଠଗଡ଼: ଆଠଗଡ଼ କନ୍ତୋଲ ଗାଁରୁ ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ଜଣକ ହେଲେ ଶରତ ଚନ୍ଦ୍ର ବାରିକ। ଏନେଇ ଅଭିଯୋଗ ହେବାପରେ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ବୁଧବାର ବିଳମ୍ୱିତ ରାତିରେ ମୁହଁରେ କପଡ଼ା ବାନ୍ଧି ୩ ଜଣ ଦୁର୍ବୃତ୍ତ ଶରତଙ୍କ […]

loot

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 04:34 AM IST

ଆଠଗଡ଼: ଆଠଗଡ଼ କନ୍ତୋଲ ଗାଁରୁ ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ଜଣକ ହେଲେ ଶରତ ଚନ୍ଦ୍ର ବାରିକ। ଏନେଇ ଅଭିଯୋଗ ହେବାପରେ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ବୁଧବାର ବିଳମ୍ୱିତ ରାତିରେ ମୁହଁରେ କପଡ଼ା ବାନ୍ଧି ୩ ଜଣ ଦୁର୍ବୃତ୍ତ ଶରତଙ୍କ ନାଁ ଧରି ତାଙ୍କ ଘରର ଝରକା କବାଟ ବାଡ଼େଇଥିଲେ। ଶରତ ଝରକା ଖୋଲିବା ପରେ ମୁଣ୍ଡରେ ବନ୍ଧୁକ ରଖି ତାଙ୍କ ସ୍ତ୍ରୀକୁ ଘରର କବାଟ ଖୋଲିବାକୁ କହିଥିଲେ। କବାଟ ଖୋଲିବା ପରେ ଦୁର୍ବୃତ୍ତମାନେ ଘରେ ପଶି ଶରତଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀଙ୍କୁ ଭୁଜାଲି ଦେଖାଇ ଲୁଟ୍‌ କରିଥିଲେ।

Related story