ଆଠଗଡ଼: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୧୦ ବର୍ଷ ଜେଲ୍‌

ଆଠଗଡ଼: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଆସାମୀ ଚନ୍ଦନ ରାମଙ୍କୁ ଆଠଗଡ଼ ଅତିରିକ୍ତ ଦୌରାଜଜ୍ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହିତ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଯଦି ଜରିମାନା ଅନାଦେୟ ହୁଏ ଆଉ ୧ ବର୍ଷ ଅଧିକ ଜେଲ୍‌ରେ ରହିବାକୁ କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କୃଷ୍ଣଶ୍ୟାମପୁର ଠାରେ ଥିବା ଜଗଦମ୍ୱା ହୋଟେଲରେ ଅବକାରୀ ବିଭାଗ ଚଢ଼ାଉ କରି ୨୬୦ କେଜି ଗଞ୍ଜେଇ ଜବତ କରିବା ସହ […]

athgada

Rakesh Mallick
  • Published: Friday, 26 August 2016
  • , Updated: 26 August 2016, 11:09 AM IST

ଆଠଗଡ଼: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଆସାମୀ ଚନ୍ଦନ ରାମଙ୍କୁ ଆଠଗଡ଼ ଅତିରିକ୍ତ ଦୌରାଜଜ୍ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହିତ ଏକ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଯଦି ଜରିମାନା ଅନାଦେୟ ହୁଏ ଆଉ ୧ ବର୍ଷ ଅଧିକ ଜେଲ୍‌ରେ ରହିବାକୁ କୋର୍ଟ ତାଙ୍କ ରାୟରେ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ କୃଷ୍ଣଶ୍ୟାମପୁର ଠାରେ ଥିବା ଜଗଦମ୍ୱା ହୋଟେଲରେ ଅବକାରୀ ବିଭାଗ ଚଢ଼ାଉ କରି ୨୬୦ କେଜି ଗଞ୍ଜେଇ ଜବତ କରିବା ସହ ରାଜସ୍ଥାନ ଅଞ୍ଚଳର ରାମ ଚନ୍ଦନକୁ ଗିରଫ କରିଥିଲା।

Related story