ଆଠମଲ୍ଲିକ୍‌ ଦୁର୍ଘଟଣା: ବସ୍‌ ମାଲିକ ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ୍‌ ମାଣତ୍ରୀ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମହାରାଜା ବସ୍‌ ମାଲିକ ଋଷଭ କୁମାର ତ୍ରିପାଠୀଙ୍କୁ ପୋଲିସ୍‌ ଗତକାଲି ଗିରଫ କରିଥିଲା। ଋଷଭଙ୍କ ଜାମିନ୍‌ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଏହି ଘଟଣାରେ ଗତ ୧୧ ତାରିଖରେ ବସ୍‌ ଡ୍ରାଇଭରକୁ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁଁ ଏଭଳି ଏକ ଦୁର୍ଘଟଣା ଘଟିଥିବା ରିପୋର୍ଟ ଆସିଥିଲା। ବସ୍‌ର ଷ୍ଟିଅରିଂ ଫେଲ୍‌ ହୋଇଥିବା […]

busaccident

Rakesh Mallick
  • Published: Saturday, 24 September 2016
  • , Updated: 24 September 2016, 10:01 AM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ୍‌ ମାଣତ୍ରୀ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମହାରାଜା ବସ୍‌ ମାଲିକ ଋଷଭ କୁମାର ତ୍ରିପାଠୀଙ୍କୁ ପୋଲିସ୍‌ ଗତକାଲି ଗିରଫ କରିଥିଲା। ଋଷଭଙ୍କ ଜାମିନ୍‌ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି।

ଏହି ଘଟଣାରେ ଗତ ୧୧ ତାରିଖରେ ବସ୍‌ ଡ୍ରାଇଭରକୁ ପୋଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁଁ ଏଭଳି ଏକ ଦୁର୍ଘଟଣା ଘଟିଥିବା ରିପୋର୍ଟ ଆସିଥିଲା। ବସ୍‌ର ଷ୍ଟିଅରିଂ ଫେଲ୍‌ ହୋଇଥିବା ଯୋଗୁଁ ଦୁର୍ଘଟଣା ଘଟିଥିବା ଡ୍ରାଇଭର ପୋଲିସ୍‌ ନିକଟରେ କହିଥିଲା।

ଗତ ସେପ୍ଟେମ୍ୱର ୯ ତାରିଖରେ ମାଣିତ୍ରୀ ପୋଲରେ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇ ୧୯ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

Related story