ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲା: ଇନ୍ଦୁ ଦିୱାନଙ୍କୁ ପୁଣି ଜେରା କଲା ସିବିଆଇ

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁମ୍ୱାଇ ମଡେଲ ପ୍ରୀତି ଭାଟ୍ଟିଆଙ୍କ ଭଉଣୀ ଇନ୍ଦୁ ଦିୱାନଙ୍କୁ ଆଜି ପୁଣି ଥରେ ସିବିଆଇ ଜେରା କରିଛି। ୨ ଘଣ୍ଟାରୁ ଅଧିକ ସମୟ ଧରି ସିବିଆଇ କାର୍ଯ୍ୟାଳୟରେ ତାଙ୍କୁ ଜେରା କରାଯାଥିଲା। ସୂଚନାଯୋଗ୍ୟ, ପ୍ରୀତି ଭାଟ୍ଟିଆଙ୍କ ପ୍ରଡକସନ ହାଉସରେ  ଇନ୍ଦୁ ନିର୍ଦ୍ଦେଶକ ଥିଲେ। ପ୍ରୀତିଙ୍କ ମାଧ୍ୟମରେ ଏଟି ଗ୍ରୁପ୍ କୋଟି କୋଟି ଟଙ୍କା ଲଗାଇଥିବା ସିବିଆଇ ଜାଣିବାକୁ ପାଇବା ପରେ ଅଗଷ୍ଟ ୨୭ରେ […]

cimbranch

Rakesh Mallick
  • Published: Thursday, 10 September 2015
  • , Updated: 10 September 2015, 03:11 PM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍ ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୁମ୍ୱାଇ ମଡେଲ ପ୍ରୀତି ଭାଟ୍ଟିଆଙ୍କ ଭଉଣୀ ଇନ୍ଦୁ ଦିୱାନଙ୍କୁ ଆଜି ପୁଣି ଥରେ ସିବିଆଇ ଜେରା କରିଛି। ୨ ଘଣ୍ଟାରୁ ଅଧିକ ସମୟ ଧରି ସିବିଆଇ କାର୍ଯ୍ୟାଳୟରେ ତାଙ୍କୁ ଜେରା କରାଯାଥିଲା।

ସୂଚନାଯୋଗ୍ୟ, ପ୍ରୀତି ଭାଟ୍ଟିଆଙ୍କ ପ୍ରଡକସନ ହାଉସରେ  ଇନ୍ଦୁ ନିର୍ଦ୍ଦେଶକ ଥିଲେ। ପ୍ରୀତିଙ୍କ ମାଧ୍ୟମରେ ଏଟି ଗ୍ରୁପ୍ କୋଟି କୋଟି ଟଙ୍କା ଲଗାଇଥିବା ସିବିଆଇ ଜାଣିବାକୁ ପାଇବା ପରେ ଅଗଷ୍ଟ ୨୭ରେ ପ୍ରୀତି ଭାଟ୍ଟିଆଙ୍କ ଭଉଣୀ ଇନ୍ଦୁ ଦିୱାନ୍ ଓ ଭିଣୋଇ ବିକ୍ରମ ଦିୱାନଙ୍କୁ ଜେରା କରିଥିଲା। ଏହାପରେ ଅଗଷ୍ଟ ୨୮ରେ ପୁଣିଥରେ ଇନ୍ଦୁ ଦିୱାନ୍ ସିବିଆଇ ପାଖରେ ହାଜର ହୋଇଥିଲେ।

Related story