ଆନନ୍ଦପୁର: ଅନ୍ଧୁଣୀ ମହିଳାଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର: ଆନନ୍ଦପୁରର ବେଲବାହାଳି ଠାରେ ଶନିବାର ଜଣେ ଯୁବକର ଆକ୍ରମଣରେ  ଜଣେ ଅନ୍ଧୁଣୀ ମହିଳା ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ହୋଇଥିବା ମହିଳା ଜଣକ ହେଲେ ବେଲବାହାଳି ନିରଞ୍ଜନ ଦେହୁରୀଙ୍କ ଅନ୍ଧୁଣୀ ପତ୍ନୀ ଅଞ୍ଜନା ଦେହୁରୀ। ଆକ୍ରମଣ କରିଥିବା ଯୁବକ ଜଣକ ହେଲେ ସେହି ଗାଁର ତପୁନ ଦେହୁରୀ। ମହିଳା ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିଥିବା ଅଞ୍ଜନାଙ୍କ ସ୍ୱାମୀ ନିରଞ୍ଜନ ଦାହୁରୀ […]

attack-on-deaf-women

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 04:22 PM IST

ଆନନ୍ଦପୁର: ଆନନ୍ଦପୁରର ବେଲବାହାଳି ଠାରେ ଶନିବାର ଜଣେ ଯୁବକର ଆକ୍ରମଣରେ  ଜଣେ ଅନ୍ଧୁଣୀ ମହିଳା ଗୁରୁତର ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ହୋଇଥିବା ମହିଳା ଜଣକ ହେଲେ ବେଲବାହାଳି ନିରଞ୍ଜନ ଦେହୁରୀଙ୍କ ଅନ୍ଧୁଣୀ ପତ୍ନୀ ଅଞ୍ଜନା ଦେହୁରୀ। ଆକ୍ରମଣ କରିଥିବା ଯୁବକ ଜଣକ ହେଲେ ସେହି ଗାଁର ତପୁନ ଦେହୁରୀ।

ମହିଳା ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିଥିବା ଅଞ୍ଜନାଙ୍କ ସ୍ୱାମୀ ନିରଞ୍ଜନ ଦାହୁରୀ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି।

ଏନେଇ ଅଞ୍ଜନା କହିଛନ୍ତି,“ବେଲବାହାଳି ଗ୍ରାମର ତପୁନ ଦେହୁରୀ ମତେ ଘରୁ ଟାଣି ଆଣି ଇଟାରେ ମୁଣ୍ଡକୁ ମାଡ ମାରିଥିଲେ। ଇଟାରେ ମାଡ ହେବାରୁ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ମୁଁ ସେହିଠାରେ ଅଚେତ ହୋଇପଡିଥିଲି।”

Related story