ପାଟଣାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାଟଣାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ତୁଷରା ସ୍ଥିତ ଉଠାଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ପାଣିଗ୍ରାହୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ଡିଏସପି ଅଭିରାମ କରଙ୍କ ନେତୃତ୍ୱରେ ଏକ ଟିମ୍ ସତ୍ୟନାରାୟଣଙ୍କ ଦୁଇ ଭାଇଙ୍କ ଘର, ଶ୍ୱଶୁର ଘର, ତୁଷୁରା ଅଫିସରେ ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଏକାକାଳୀନ ଚଢ଼ାଉ କରିଛି। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କିଛି ଟଙ୍କା ଓ ସୁନା  ଜବତ […]

patana-grah

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 09:47 AM IST

ପାଟଣାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ତୁଷରା ସ୍ଥିତ ଉଠାଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ପାଣିଗ୍ରାହୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ଭିଜିଲାନ୍ସ ଡିଏସପି ଅଭିରାମ କରଙ୍କ ନେତୃତ୍ୱରେ ଏକ ଟିମ୍ ସତ୍ୟନାରାୟଣଙ୍କ ଦୁଇ ଭାଇଙ୍କ ଘର, ଶ୍ୱଶୁର ଘର, ତୁଷୁରା ଅଫିସରେ ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଏକାକାଳୀନ ଚଢ଼ାଉ କରିଛି। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କିଛି ଟଙ୍କା ଓ ସୁନା  ଜବତ କରାଯାଇଛି।

ବରଗଡ଼ ଭିଜିଲାନ୍ସ ଡିଏସପି ରବି ନାରାୟଣ ପାତ୍ର କହିଛନ୍ତି, “ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଠାଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ପାଣିଗ୍ରାହୀ ଚଢ଼ାଉ କରାଯାଇଛି। ପାଟଣାଗଡ଼  ଅଞ୍ଚଳରେ ସେ  କଛି ଜମି କିଣିଥିବା ଜଣାପଡିଛି। ପାଖାପାଖି  ୪୦ଟି ପ୍ଲଟ୍ ପାତ୍ର କିଣିଥିବା ଜଣାପଡିଛି।”

Related story