ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: ଗିରଫ ମୋହନା ନିର୍ବାହୀ ଯନ୍ତ୍ରୀଙ୍କ ସମ୍ପତ୍ତିର ମୂଲ୍ୟ ୧.୭୫ କୋଟି

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଶିରୀଷ ସାହୁଙ୍କ ୧.୭୫ କୋଟି ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଜବତ କରିଛି। ତାଙ୍କ କ୍ୱାର୍ଟର୍ସ ଓ ଘରୁ ନଗଦ ୪ ଲକ୍ଷ ୮୦ ହଜାର ଟଙ୍କା ଏବଂ  ୧କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୩ ମହଲା କୋଠା ମଧ୍ୟ ଠାବ ହୋଇଛି। ଶିରୀଷ ମୋହନାରୁ ଆସୁଥିବା ବେଳେ ଭେଜିପୁଟ୍‌ ଟୋଲଗେଟ୍‌ରେ ତାଙ୍କ କାର୍‌ରୁ ୧,୫୫,୦୦୦ ଟଙ୍କା ଜବତ କରାଯାଇଥିଲା। ସେ […]

sirish-vigilance

Rakesh Mallick
  • Published: Tuesday, 12 April 2016
  • , Updated: 12 April 2016, 08:28 AM IST

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଗଜପତି ଜିଲ୍ଲା ମୋହନା ଗ୍ରାମ୍ୟ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ଶିରୀଷ ସାହୁଙ୍କ ୧.୭୫ କୋଟି ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଜବତ କରିଛି। ତାଙ୍କ କ୍ୱାର୍ଟର୍ସ ଓ ଘରୁ ନଗଦ ୪ ଲକ୍ଷ ୮୦ ହଜାର ଟଙ୍କା ଏବଂ  ୧କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୩ ମହଲା କୋଠା ମଧ୍ୟ ଠାବ ହୋଇଛି।

ଶିରୀଷ ମୋହନାରୁ ଆସୁଥିବା ବେଳେ ଭେଜିପୁଟ୍‌ ଟୋଲଗେଟ୍‌ରେ ତାଙ୍କ କାର୍‌ରୁ ୧,୫୫,୦୦୦ ଟଙ୍କା ଜବତ କରାଯାଇଥିଲା। ସେ ଏହି ଟଙ୍କାର ହିସାବ ଦେଇପାରି ନ ଥିଲେ। ଫଳରେ ଗତ ୯ ତାରିଖରେ ଶିରୀଷ ସାହୁଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ପାରଳାଖେମୁଣ୍ଡି ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ୧୫ ଜଣିଆ ଭିଜିଲାନ୍ସ ଟିମ୍‌ ଶିରୀଷଙ୍କ କଟକ ସ୍ଥିତ ରାଣୀହାଟ ଓ ସିଡିଏ ସେକ୍ଟର-୧୦ ବାସଭବନରେ ଚଢାଉ ଜାରି ରଖିଥିଲା।

ରାଣୀହାଟ ଘରୁ ସୁନାଗହଣା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିଲା। ସେହିପରି ସେକ୍ଟର -୧୦ ବାସଭବନର ଆନୁମାନିକ ମୂଲ୍ୟ ୯୪ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ଡିଏସ୍‌ପି କହିଥିଲେ।

Related story