ଡାକ୍ତର ଦମ୍ପତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକରେ ଡାକ୍ତର ଦମ୍ପତିଙ୍କ ଘରେ ଭିଜିଲାନ୍ସ ଅଧିକାରୀମାନେ ଆଜି ଚଢାଉ କରି ୩ କୋଟି ୫୮ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଛନ୍ତି। ଡାକ୍ତର ଦମ୍ପତି ହେଲେ ଡାକ୍ତର ସୁରେନ୍ଦ୍ର ସେନାପତି ଓ ଡାକ୍ତର ଦୀପ୍ତି ସାମନ୍ତ। ଉଭୟ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ କାର୍ଯ୍ୟରତ ଅଛନ୍ତି। ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁସାରେ ଡାକ୍ତର ଦମ୍ପତିଙ୍କର କଟକ, ଭୁବନେଶ୍ୱର ଓ ପୁଣେରେ ୧୨ଟି ଫ୍ଲାଟ ରହିଛି। ଚଢାଉ […]

ctc-vigilance

Rakesh Mallick
  • Published: Tuesday, 09 August 2016
  • , Updated: 09 August 2016, 10:57 PM IST

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକରେ ଡାକ୍ତର ଦମ୍ପତିଙ୍କ ଘରେ ଭିଜିଲାନ୍ସ ଅଧିକାରୀମାନେ ଆଜି ଚଢାଉ କରି ୩ କୋଟି ୫୮ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରିଛନ୍ତି। ଡାକ୍ତର ଦମ୍ପତି ହେଲେ ଡାକ୍ତର ସୁରେନ୍ଦ୍ର ସେନାପତି ଓ ଡାକ୍ତର ଦୀପ୍ତି ସାମନ୍ତ। ଉଭୟ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ କାର୍ଯ୍ୟରତ ଅଛନ୍ତି।

ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁସାରେ ଡାକ୍ତର ଦମ୍ପତିଙ୍କର କଟକ, ଭୁବନେଶ୍ୱର ଓ ପୁଣେରେ ୧୨ଟି ଫ୍ଲାଟ ରହିଛି। ଚଢାଉ ବେଳେ ତାଙ୍କ ଘରୁ ୧୨୫୦ ଗ୍ରାମ ସୁନା ଓ ହୀରା ଅଳଙ୍କାର, ନଗଦ ୧୪ ଲକ୍ଷ ୪୨ ହଜାର ଟଙ୍କା ଜବତ କରାଯାଇଛି। ୩୪ ଲକ୍ଷ ୫୧ ହଜାର ଟଙ୍କାର ବ୍ୟାଙ୍କ ଜମା, ୯ ଲକ୍ଷ ୮୦ ହଜାର ଟଙ୍କାର ଫିକ୍ସ ଡିପୋଜିଟ୍‌, ୨୩ ଲକ୍ଷ ୫୯ ହଜାର ଟଙ୍କା ସେୟାର ବଣ୍ଡ ଜବତ କରାଯାଇଛି।

ଅଧିକ ମୂଲ୍ୟରେ ଔଷଧ କିଣିବା ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସମ୍ପର୍କରେ ସେମାନଙ୍କୁ ପଚରାଉଚରା କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଏହାଛଡ଼ା ଏକ ଫାର୍ମା କମ୍ପାନୀ ଓ ଔଷଧ ଦୋକାନରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।

Related story