ୟାଜଦାନି ଇଣ୍ଟରନ୍ୟାସନାଲ ସଂସ୍ଥା ଉପରେ ଆୟକର ବିଭାଗର ଚଢ଼ାଉ ଜାରି, ୩ କିଲୋ ସୁନା ଜବତ

କଟକ: ଖଣି କମ୍ପାନୀ ୟାଜଦାନି ଇଣ୍ଟରନ୍ୟାସନାଲ ସଂସ୍ଥା ଉପରେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ବ୍ୟାଙ୍କ ଲକରରୁ ୩ କିଲୋ ସୁନା ଜବତ କରାଯାଇଛି। କମ୍ପାନୀର ଆଉ ୮ଟି ଲକର ଖୋଲା ଯିବ ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ୬ ବର୍ଷର ଆୟକର ଫାଙ୍କିଥିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଛି। ଗତକାଲି ହୋଇଥିବା ଚଢାଉ ବେଳେ ସଂସ୍ଥାର ୯ଟି ଲକର ଓ ବହୁ ପରିମାଣର […]

chadau

Rakesh Mallick
  • Published: Friday, 23 December 2016
  • , Updated: 23 December 2016, 01:34 PM IST

କଟକ: ଖଣି କମ୍ପାନୀ ୟାଜଦାନି ଇଣ୍ଟରନ୍ୟାସନାଲ ସଂସ୍ଥା ଉପରେ ଆଜି ଦ୍ୱିତୀୟ ଦିନରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆଜି ବ୍ୟାଙ୍କ ଲକରରୁ ୩ କିଲୋ ସୁନା ଜବତ କରାଯାଇଛି। କମ୍ପାନୀର ଆଉ ୮ଟି ଲକର ଖୋଲା ଯିବ ବୋଲି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀ ୬ ବର୍ଷର ଆୟକର ଫାଙ୍କିଥିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଛି।

ଗତକାଲି ହୋଇଥିବା ଚଢାଉ ବେଳେ ସଂସ୍ଥାର ୯ଟି ଲକର ଓ ବହୁ ପରିମାଣର ସୁନା ମିଳିଥିବା ସୂଚନା ମଳିଥିଲା। ସରାଜଉଦ୍ଦିନ କମ୍ପାନୀର ଯୋଡ଼ା ଅଫିସ, ବଳଦାରେ ଥିବା ଖଣି ଅଞ୍ଚଳ, ଭୁବନେଶ୍ୱରରେ ଥିବା ଅଫିସ, କମ୍ପାନୀ ମାଲିକଙ୍କ ବାସଭବନ, କୋଲକାତାରେ ଥିବା ଅଫିସ ଓ ବାସଭବନ ସମେତ ୧୦ଟି ଜାଗାରେ ଚଢ଼ାଉ ହୋଇଥିଲା।

Related story