ବଧୂ ନିର୍ଯାତନା ମାମଲା: ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ଘରେ ଲଟ୍‌କା ଜାରି

ଭୁବନେଶ୍ୱର: ବଧୂ ନିର୍ଯାତନା ମାମଲାରେ ଛନ୍ଦି ହୋଇଥିବା ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ଘରେ ଆଜି ଲଟକା ଜାରି ହୋଇଛି। ତ୍ରୈଲୋକ୍ୟ ମିଶ୍ର,ତାଙ୍କ ପତ୍ନୀ ଆଶାମଞ୍ଜରୀ ଓ ପୁଅ ସବ୍ୟସାଚୀଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ସେମାନଙ୍କ ଭୁବନେଶ୍ୱର ଖାରବେଳ ନଗରସ୍ଥିତ ଘରେ ଲଟ୍‌କା ଲଗାଯାଇଛି। ଆସନ୍ତା ୨୨ ତାରିଖ ସୁଦ୍ଧା ଥାନାରେ ହାଜର ହେବାକୁ ତ୍ରୈଲୋକ୍ୟ, ତାଙ୍କ ପତ୍ନୀ ଓ ପୁଅଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବଧୂ ନିର୍ଯାତନା ସଂକ୍ରାନ୍ତରେ ଗତ ମେ’ ୧୦ ତାରିଖରେ ଭୁବନେଶ୍ୱର […]

lopamudra

Rakesh Mallick
  • Published: Friday, 17 June 2016
  • , Updated: 17 June 2016, 10:18 PM IST

ଭୁବନେଶ୍ୱର: ବଧୂ ନିର୍ଯାତନା ମାମଲାରେ ଛନ୍ଦି ହୋଇଥିବା ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କ ଘରେ ଆଜି ଲଟକା ଜାରି ହୋଇଛି। ତ୍ରୈଲୋକ୍ୟ ମିଶ୍ର,ତାଙ୍କ ପତ୍ନୀ ଆଶାମଞ୍ଜରୀ ଓ ପୁଅ ସବ୍ୟସାଚୀଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ସେମାନଙ୍କ ଭୁବନେଶ୍ୱର ଖାରବେଳ ନଗରସ୍ଥିତ ଘରେ ଲଟ୍‌କା ଲଗାଯାଇଛି। ଆସନ୍ତା ୨୨ ତାରିଖ ସୁଦ୍ଧା ଥାନାରେ ହାଜର ହେବାକୁ ତ୍ରୈଲୋକ୍ୟ, ତାଙ୍କ ପତ୍ନୀ ଓ ପୁଅଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ବଧୂ ନିର୍ଯାତନା ସଂକ୍ରାନ୍ତରେ ଗତ ମେ’ ୧୦ ତାରିଖରେ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶିଳ୍ପପତି ତୈଲୋକ୍ୟଙ୍କ ବୋହୂ ଲୋପାମୁଦ୍ରା।

ସେପଟେ ଲୋପାମୁଦ୍ରା ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଓ ଅପହରଣ ଧମକ ମିଳିବା ନେଇ ଭୁବନେଶ୍ୱର ବଡ‍ଗଡ ଥାନାରେ ଅଭିଯୋଗ ପରେ ଲୋପାମୁଦ୍ରାଙ୍କ ଘରେ ସୁରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି।

Related story