ଭୁବନେଶ୍ୱର: କମିଶନରେଟ୍ ପୋଲିସ୍ ହାତରେ ଧରାପଡିଛି ବହୁରୂପୀ ଲୁଟେରା ପ୍ରେମିକ। ଗିରଫ ଜଣଙ୍କ ହେଲେ ଶିବରଞ୍ଜନ ପଟ୍ଟନାୟକ। ତା’ ଘର ଗଞ୍ଜ।ମ ଜିଲ୍ଲା କୋଦଳାରେ। ଏକ ଘରୋଇ କଲେଜରେ କର୍ମଚାରୀ ଶିବରଞ୍ଜନ ପ୍ରେମ ଜାଲରେ ଯୁବତୀଙ୍କୁ ଫସାଇ ୧୨ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।
କେତେବେଳେ ଆଇଏଏସ୍ ଅଫିସରଙ୍କ ପୁଅ ତ କେତେବେଳେ ନିଜେ ଆଇଏଏସ୍ କ୍ୱାଲିଫ।ଏ କରିଥିବା କହି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା ଶିବ। ବିବାହିତ ହୋଇ ମଧ୍ୟ, ପ୍ରେମ ଜାଲରେ ଫସାଇ ଦୁଇଜଣ ଯୁବତୀଙ୍କ ଏଟିଏମ୍ କାର୍ଡ ବ୍ୟବହାର କରୁଥିଲା। ଜଣେ ଯୁବତୀଙ୍କ ଟଙ୍କ।ରେ କାର ମଧ୍ୟ କିଣିଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ଶିବକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, ଜଣେ ଯୁବତୀଙ୍କଠାରୁ ୫ ଲକ୍ଷ ଓ ଅନ୍ୟ ଜଣଙ୍କଠାରୁ ୭ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଆଉ କେହି ଯୁବତୀ ଠକେଇର ଶିକାର ହୋଇଛନ୍ତି କି ନାହିଁ, ଆଉ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି କି ତାହାର ତଦନ୍ତ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସରକାରୀ ଯନ୍ତ୍ରିକ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ! ଅଧ୍ୟାପକ ଅଟକ
ଛାତ୍ରୀଙ୍କୁ ଏକୁଟିଆ ପାଇଁ ଅଧ୍ୟାପକ ଜଣକ ଦୁର୍ବ୍ୟବହାର କରିଥିଲେ। ତାଙ୍କ ଶରୀରରେ ହାତ ମାରିଥିଲେ। ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ସିପ୍ରା ତାଙ୍କଠାରୁ ଦୌଡ଼ି ପଳାଇ ଆସିଥିଲେ।
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Crime
ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଯୁବତୀଙ୍କୁ ଛୁରା ମାଡ଼
ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ହେବ। ଚୌଧୁରୀ ବଜାର ଅଞ୍ଚଳର ଯୁବତୀ ପୁରୀ ଘାଟ ଥାନାଠାରୁ ଅଳ୍ପ ଦୂର ମାଣିକ ବଜାରରେ ଛିଡ଼ା ହୋଇଥିଲେ। ଠିକ୍ ସେତିକି ବେଳେ ଜଣେ ଯୁବକ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।
Crime
ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଧାୟକ ଇରାଶିଷ ଆଚାର୍ଯ୍ୟ
୨୦୧୮ରେ ଘଟିଥିଲା ବହୁଚର୍ଚ୍ଚିତ ନାରାୟଣ ସତନାମୀ ହତ୍ୟାକାଣ୍ଡ। ଇରଶିଷଙ୍କ ସମେତ ଅନ୍ୟ ୩ ଜଣଙ୍କ ନାମରେ ରୁଜୁ ହୋଇଥିଲା ମାମଲା।
Crime
ଜେଜେମାଆ-ନାତୁଣୀଙ୍କୁ ଲୁଟିଲେ, ରାସ୍ତା ପାର୍ଶ୍ୱକୁ ଫିଙ୍ଗିଦେଲେ
ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଛତ୍ରପୁର ମେଡ଼ିକାଲ୍ରୁ କୁନ୍ତଳାଙ୍କ ପରିବାର ଲୋକଙ୍କ ପାଖକୁ ଫୋନ୍ କଲ ଆସିଥିଲା। କୁନ୍ତଳା ଓ ସ୍ୱିଟି ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କ ଚେତା ଫେରୁନି ବୋଲି ସୂଚନା ଦିଆଯାଇଥିଲା।