ବଲାଙ୍ଗିର: ୧୨ଲକ୍ଷ ୭୫ ହଜାର ଟଙ୍କା ଜବତ

ବଲାଙ୍ଗିର: ବଲାଙ୍ଗିରର ସଇଁତଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁରୁ ପୋଲିସ୍‌ ଗତକାଲି ବିଳମ୍ବିତ ରାତିରୁ ୧୨,୭୫,୦୦୦ ଟଙ୍କାର ନୋଟ୍‌ ଜବତ କରିଛି। ଜବତ ଟଙ୍କା ମଧ୍ୟରେ ପୁରୁଣା ୫୦୦ ଟଙ୍କା ଓ ୨୪୦ଟି ୨୦୦୦ ଟଙ୍କିଆ ନୋଟ୍‌ ରହିଛି। କ୍ଷୀରସାଗର ବାଗ୍‌ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ  କରି ପୋଲିସ୍‌ ଏସବୁ ଟଙ୍କାକୁ ଜବତ କରିଛି।

ଟଙ୍କାଗୁଡ଼ିକ ଦାଦନ ଚାଲାଣ ପାଇଁ ରଖାଯାଇଥିବା ବଲାଙ୍ଗିର ଏସପି ଆଶିଷ ସିଂହ କହିଛନ୍ତି।