ବାଲେଶ୍ୱର: ଗଞ୍ଜେଇ ଚୋରା ଚାଲାଣକାରୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ବାଲେଶ୍ୱର: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ବାଲେଶ୍ୱର ଏଡ଼ିଜେ ଶ୍ରୀକାନ୍ତ ମିଶ୍ର ଅଭିଯୁକ୍ତ ଦେବାଶିଷ ପଲାଇକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ କାରାଦଣ୍ଡ ସାଙ୍ଗକୁ ୧ଲକ୍ଷ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। କୋର୍ଟ ସାକ୍ଷୀଙ୍କ ବୟାନ, ତଦନ୍ତକାରୀ ଅଫିସରଙ୍କ ତଥ୍ୟକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି। ଗତ ୨୦୧୩ ମସିହା ଅଗଷ୍ଟ ୧ତାରିଖରେ ଅଭିଯୁକ୍ତ ଦେବାଶିଷ ଏକ କାରରେ ୬୦କିଲୋ ଗଞ୍ଜେଇ ଓଡ଼ିଶାକୁ ଚୋରା ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ସୂଚନା […]

balasorecourt

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 04:35 PM IST

ବାଲେଶ୍ୱର: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଗଞ୍ଜେଇ ଚୋରା ଚାଲାଣ କରିବା ଅଭିଯୋଗରେ ବାଲେଶ୍ୱର ଏଡ଼ିଜେ ଶ୍ରୀକାନ୍ତ ମିଶ୍ର ଅଭିଯୁକ୍ତ ଦେବାଶିଷ ପଲାଇକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ କାରାଦଣ୍ଡ ସାଙ୍ଗକୁ ୧ଲକ୍ଷ ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। କୋର୍ଟ ସାକ୍ଷୀଙ୍କ ବୟାନ, ତଦନ୍ତକାରୀ ଅଫିସରଙ୍କ ତଥ୍ୟକୁ ଭିତ୍ତି କରି ଏହି ରାୟ ଶୁଣାଇଛନ୍ତି। ଗତ ୨୦୧୩ ମସିହା ଅଗଷ୍ଟ ୧ତାରିଖରେ ଅଭିଯୁକ୍ତ ଦେବାଶିଷ ଏକ କାରରେ ୬୦କିଲୋ ଗଞ୍ଜେଇ ଓଡ଼ିଶାକୁ ଚୋରା ଚାଲାଣ କରୁଥିଲେ। କୌଣସି ସୂତ୍ରରୁ ସୂଚନା ପାଇ ଅବକାରୀ ବିଭାଗ ଚଡ଼ାଉକରି ଚୋରା ଚାଲାଣ କରାଯାଉଥିବା କାର ସହିତ ଗଞ୍ଜେଇ ଜବତ କରିଥିଲା। ଏଥିସହିତ ଅଭିଯୁକ୍ତ ଦେବାଶିଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Related story