ବାଲେଶ୍ୱର: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱରରେ ଥିବା  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟ କିରାଣୀ ରବିନ୍ଦ୍ର ଦାସଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗର ୪ ଜଣିଆ ଟିମ୍‌ ଚଢ଼ାଉ କରିଛି। ରବୀନ୍ଦ୍ରଙ୍କ  ଭଦ୍ରକ ଜିଲ୍ଲା ଶ୍ରୀରାମପୁରରେ ଥିବା ପୈତୃକ ଘର, ବାଲେଶ୍ୱର ବାଲିଆରେ ଥିବା ଝିଅ ଘର, ଭାସ୍କରଗଞ୍ଜରେ ଥିବା ନିଜ ଘର ଓ ଅଫିସ୍‌ରେ  ଚଢ଼ାଉ କରିଛି। ରବିନ୍ଦ୍ରଙ୍କ ନାଁରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର […]

vigilance

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 01:28 PM IST

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱରରେ ଥିବା  ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟ କିରାଣୀ ରବିନ୍ଦ୍ର ଦାସଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗର ୪ ଜଣିଆ ଟିମ୍‌ ଚଢ଼ାଉ କରିଛି। ରବୀନ୍ଦ୍ରଙ୍କ  ଭଦ୍ରକ ଜିଲ୍ଲା ଶ୍ରୀରାମପୁରରେ ଥିବା ପୈତୃକ ଘର, ବାଲେଶ୍ୱର ବାଲିଆରେ ଥିବା ଝିଅ ଘର, ଭାସ୍କରଗଞ୍ଜରେ ଥିବା ନିଜ ଘର ଓ ଅଫିସ୍‌ରେ  ଚଢ଼ାଉ କରିଛି। ରବିନ୍ଦ୍ରଙ୍କ ନାଁରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ବିଭାଗ ଡିଏସ୍‌ପି ମଧୁସୂଦନ ବେହେରାଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା।

ଭିଜିଲାନ୍ସ ଡିଏସ୍‌ପି  ମଧୁସୂଦନ ବେହେରା କହିଛନ୍ତି,“ ବାଲେଶ୍ୱର ସ୍ପେଶାଲ୍‌ ଜଜ୍‌ ଭିଜିଲାନ୍ସଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟର ସେକ୍ସନ ଅଫିସର୍ ରବିନ୍ଦ୍ର ନାଥ ଦାସଙ୍କ ୪ଟି ସ୍ଥାନରେ ଚଢାଉ କରୁଛୁ।  ଏପର୍ଯ୍ୟନ୍ତ ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଇ ନାହିଁ।”

Related story