ବରଗଡ଼: ମଦ୍ୟପ ସ୍ୱାମୀକୁ ଜୀଅନ୍ତା ଜାଳି ଦେଲା ସ୍ତ୍ରୀ

ବରଗଡ଼: ଅତ୍ୟାଚାର ସହି ନପାରି ବରଗଡ଼ ଜିଲ୍ଲା ଅମ୍ୱାଭୋନା ଥାନା ଅନ୍ତର୍ଗତ ଲାଉନ୍ସରା ଗାଁର ଜଣେ ମହିଳା ତାଙ୍କ ମଦ୍ୟପ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ କରିମ୍ ବାଗ୍। ପୋଲିସ୍ ତାଙ୍କ ସ୍ତ୍ରୀ ଗୁଲାବତୀ ବାଗଙ୍କୁ ଗିରଫ କରିଛି। ପୋଲିସ୍ ସୂଚନା ଅନୁସାରେ, ସ୍ୱାମୀର ଅତ୍ୟାଚାରରେ ଅତିଷ୍ଠ ହୋଇ ଗୁଲାବତୀ ଏଭଳି କାଣ୍ଡ କରିଥିବା ସ୍ୱୀକାର କରିଛି। ପ୍ରତିଦିନ ଭଳି ସୋମବାର ରାତିରେ ମଧ୍ୟ କରିମ୍ ମଦ ପିଇ ତାଙ୍କୁ ମାଡ଼ ମାରିଥିଲେ। […]

baragarh1

Rakesh Mallick
  • Published: Wednesday, 08 July 2015
  • , Updated: 08 July 2015, 05:12 AM IST

ବରଗଡ଼: ଅତ୍ୟାଚାର ସହି ନପାରି ବରଗଡ଼ ଜିଲ୍ଲା ଅମ୍ୱାଭୋନା ଥାନା ଅନ୍ତର୍ଗତ ଲାଉନ୍ସରା ଗାଁର ଜଣେ ମହିଳା ତାଙ୍କ ମଦ୍ୟପ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ କରିମ୍ ବାଗ୍। ପୋଲିସ୍ ତାଙ୍କ ସ୍ତ୍ରୀ ଗୁଲାବତୀ ବାଗଙ୍କୁ ଗିରଫ କରିଛି।

ପୋଲିସ୍ ସୂଚନା ଅନୁସାରେ, ସ୍ୱାମୀର ଅତ୍ୟାଚାରରେ ଅତିଷ୍ଠ ହୋଇ ଗୁଲାବତୀ ଏଭଳି କାଣ୍ଡ କରିଥିବା ସ୍ୱୀକାର କରିଛି। ପ୍ରତିଦିନ ଭଳି ସୋମବାର ରାତିରେ ମଧ୍ୟ କରିମ୍ ମଦ ପିଇ ତାଙ୍କୁ ମାଡ଼ ମାରିଥିଲେ। ତେଣୁ ଗୁଲାବତୀ ତାଙ୍କ ହାତଗୋଡ଼ ବାନ୍ଧି କିରୋସିନୀ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ କରିମଙ୍କ ମୃତ୍ୟୁ ଘଟିଥିଲା।

Related story