ବରଗଡ: ଭିଜିଲାନ୍ସ ଜାଲରେ ଗଜଲକ୍ଷ୍ମୀ ସମବାୟ ସମିତି ସମ୍ପାଦକ ଓ କିରାଣି

ବରଗଡ: ଜଣେ ବୁଣାକାରଙ୍କଠୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ରଙ୍ଗମାଟିଆ ଗାଁର ଗଜଲକ୍ଷ୍ମୀ ବୁଣାକର ସମବାୟ ସମିତିର ସମ୍ପାଦକ ଜନାର୍ଦ୍ଦନ ସାହୁ ଓ କିରାଣି ଗିରିଧାରୀ କୁମ୍ଭାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଜେପୁର ବ୍ଲକର ବାଡବାଉଁସେନ ଗାଁର ବୁଣାକାର ପିତାମ୍ବର ପ୍ରଧାନ ତନ୍ତଶାଳା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ୭୦ ହଜାର ଟଙ୍କା ପାଇବାକୁ ଥିଲା। ଦୁଇଟି କିସ୍ତିରେ […]

baragard-visilance

Rakesh Mallick
  • Published: Wednesday, 28 October 2015
  • , Updated: 28 October 2015, 11:53 AM IST

ବରଗଡ: ଜଣେ ବୁଣାକାରଙ୍କଠୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ରଙ୍ଗମାଟିଆ ଗାଁର ଗଜଲକ୍ଷ୍ମୀ ବୁଣାକର ସମବାୟ ସମିତିର ସମ୍ପାଦକ ଜନାର୍ଦ୍ଦନ ସାହୁ ଓ କିରାଣି ଗିରିଧାରୀ କୁମ୍ଭାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଜେପୁର ବ୍ଲକର ବାଡବାଉଁସେନ ଗାଁର ବୁଣାକାର ପିତାମ୍ବର ପ୍ରଧାନ ତନ୍ତଶାଳା ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ୭୦ ହଜାର ଟଙ୍କା ପାଇବାକୁ ଥିଲା। ଦୁଇଟି କିସ୍ତିରେ ପିତାମ୍ବର ୨୦ହଜାର ଟଙ୍କା ଲେଖାଏଁ ପାଇଥିଲେ। ବାକି ୩୦ ହଜାର ଟଙ୍କା ପାଇବାକୁ ଥିଲା। ଏ ଟଙ୍କା ଦେବାକୁ ସମ୍ପାଦକ ଓ କିରାଣି ପିତାମ୍ବରଙ୍କଠାରୁ ୧୦ ହଜାର ଟଙ୍କା ଦାବି କରିଥିଲେ।  ଏତେ ଟଙ୍କା ଦେବାକୁ ସେ ଅସମର୍ଥ ବୋଲି ପିତାମ୍ବର କହିଥିଲେ। ପରେ ସମ୍ପାଦକ ଓ କିରାଣି ବେକୟା ଅର୍ଥ ଉଠାଇବା ପୂର୍ବରୁ ୫ ହଜାର ଓ ପରେ ୫ ଦେବାକୁ ଦାବି କରିଥିଲେ। ଏନେଇ ପିତାମ୍ବର ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ। ବୁଧବାର ପିତାମ୍ବର ରସାୟନିକ ପ୍ରଲେପ ଦିଆ ଟଙ୍କା ନେଇ ସମ୍ପାଦକ ଓ କିରାଣିଙ୍କୁ ଦେଇଥିଲେ। ଏହିସମୟରେ ବରଗଡ ଭିଜିଲାନ୍ସ ଏସପି ଏକ୍ଷ୍ମୀ ନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ସମ୍ପାଦକ ଓ କିରାଣିଙ୍କ ଠାରୁ ଟଙ୍କାକୁ ଜବତ କରିଥିଲେ।

Related story