ଗୁଳି ମାଡ଼ରେ ଯୁବକ ଆହତ; ବାଇକ୍, ମୋବାଇଲ୍ ଫୋନ୍ ଲୁଟ୍

ବରଗଡ଼: ଗତକାଲି ରାତି ପ୍ରାୟ ୧୧ଟା ବେଳେ ବରଗଡ଼ ଉପକଣ୍ଠସ୍ଥ ହଳଦିପାଲି ଛକରେ ଦୁଇ ଜଣ ଦୃର୍ବୃତ୍ତ ଦୁଇ ଜଣ ବିହାରୀ ଯୁବକଙ୍କ ଉପରକୁ ଗୁଳି କରି ବାଇକ୍, ମୋବାଇଲ୍ ଫୋନ୍ ଓ ୧୮,୦୦୦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ଜଙ୍ଘରେ ଗୁଳି ବାଜିଛି। ତାଙ୍କ ନାଁ ବିଜୟ କୁମାର ସିଂ। ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଲୁଟ୍‌ର ଶିକାର ହୋଇଥିବା ଯୁବକ ଦ୍ୱୟ ବିହାରର […]

bihariboy

Rakesh Mallick
  • Published: Thursday, 19 January 2017
  • , Updated: 19 January 2017, 09:11 AM IST

ବରଗଡ଼: ଗତକାଲି ରାତି ପ୍ରାୟ ୧୧ଟା ବେଳେ ବରଗଡ଼ ଉପକଣ୍ଠସ୍ଥ ହଳଦିପାଲି ଛକରେ ଦୁଇ ଜଣ ଦୃର୍ବୃତ୍ତ ଦୁଇ ଜଣ ବିହାରୀ ଯୁବକଙ୍କ ଉପରକୁ ଗୁଳି କରି ବାଇକ୍, ମୋବାଇଲ୍ ଫୋନ୍ ଓ ୧୮,୦୦୦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କ ଜଙ୍ଘରେ ଗୁଳି ବାଜିଛି। ତାଙ୍କ ନାଁ ବିଜୟ କୁମାର ସିଂ। ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଲୁଟ୍‌ର ଶିକାର ହୋଇଥିବା ଯୁବକ ଦ୍ୱୟ ବିହାରର ଛାପ୍ରା ଅଞ୍ଚଳର। ସେମାନେ ପୁରୀ ଯାଉଥିଲେ। ମଙ୍ଗଳବାର ସେମାନେ ବଲାଙ୍ଗିରରେ ରାତ୍ରୀଯାପନ କରିବା ପରେ ଗତକାଲି ପୁଣି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ହଳଦିପାଲି ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କୁ ଧମକଚମକ ଦେବା ସହ ପାଖରେ ଥିବା ସମସ୍ତ ଜିନିଷ ଦେଇ ଦେବାକୁ କହିଥିଲେ। ପରେ ଗୁଳି ଫୁଟାଇ ବାଇକ୍, ମୋବାଇଲ୍ ଫୋନ୍ ଓ ଟଙ୍କା ଲୁଟି ନେଇଥିଲେ।

ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story