ବରଗଡ଼ ବ୍ୟାଙ୍କ ଡକାୟତି ମାମଲାରେ ୩ ମହିଳାଙ୍କ ସମେତ ୫ ଗିରଫ

ବରଗଡ଼: ବରଗଡ଼ ବ୍ୟାଙ୍କ ଅଫ୍ ବରୋଦା ଡକାୟତି ଘଟଣାରେ ବରଗଡ଼ ପୋଲିସ୍‌ ୩ ଜଣ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୩୫,୭୨,୯୧୦ ଟଙ୍କା ଓ ୨.୩୮୬ କେଜି ସୁନା ଜବତ କରାଯାଇଛି। ଏହାସହ ମୋବାଇଲ୍‌ ଓ ସ୍କୁଟି ମଧ୍ୟ ଜବତ କରାଯାଇଥିଲା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ପ୍ରତୀକ ମହାନ୍ତି ସୂଚନା ଦେଇଛନ୍ତି। ଦୁର୍ବୃତ୍ତମାନଙ୍କୁ ଧରିବାକୁ ବରଗଡ଼ ଏସପି ଯୁଗଳ କିଶୋରଙ୍କ ନେତୃତ୍ୱରେ ଏକ ଟିମ୍‌ ଗତ ୨୦ ତାରିଖରୁ […]

loot1

loot1

Rakesh Mallick
  • Published: Wednesday, 28 September 2016
  • Updated: 28 September 2016, 02:00 PM IST

Sports

Latest News

bargarh-lootବରଗଡ଼: ବରଗଡ଼ ବ୍ୟାଙ୍କ ଅଫ୍ ବରୋଦା ଡକାୟତି ଘଟଣାରେ ବରଗଡ଼ ପୋଲିସ୍‌ ୩ ଜଣ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ୩୫,୭୨,୯୧୦ ଟଙ୍କା ଓ ୨.୩୮୬ କେଜି ସୁନା ଜବତ କରାଯାଇଛି। ଏହାସହ ମୋବାଇଲ୍‌ ଓ ସ୍କୁଟି ମଧ୍ୟ ଜବତ କରାଯାଇଥିଲା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ପ୍ରତୀକ ମହାନ୍ତି ସୂଚନା ଦେଇଛନ୍ତି।

ଦୁର୍ବୃତ୍ତମାନଙ୍କୁ ଧରିବାକୁ ବରଗଡ଼ ଏସପି ଯୁଗଳ କିଶୋରଙ୍କ ନେତୃତ୍ୱରେ ଏକ ଟିମ୍‌ ଗତ ୨୦ ତାରିଖରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା। ଗତ ୧୯ ତାରିଖରେ ବ୍ୟାଙ୍କର ଝରକା ଭାଙ୍ଗି ଦୁର୍ବୃତ୍ତମାନେ ପ୍ରାୟ ୪୦ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos