ବରଗଡ: ଜୁନାନୀ ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ ବନ ବିଭାଗ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ଆହୁରି ୩ଜଣ ସମ୍ପୃକ୍ତ ଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଗତ ୨୩ ତାରିଖରେ ଜୁନାନୀ ଗାଁ କେନାଲ ପାଖରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଟଇ ମାଈହାତୀ ମୃତ୍ୟୁବରଣ କରିଥିଲେ। ବାରହା ଶିକାର କରିବା ଉଦ୍ଦେଶ୍ୟରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ଦ୍ୱୟ ମୃତ୍ୟୁବରଣ କରିଥିଲେ।