ବାରିପଦା: ପୋଲିସ୍‌ ଏଏସଆଇଙ୍କୁ ମାଡ଼ ମାରିବା ଘଟଣାରେ ୭ ଗିରଫ

ବାରିପଦା: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଲିସ୍‌ ଏଏସଆଇଙ୍କୁ  ମାଡ଼ ମାରିବା ଘଟଣାରେ ଆଜି ଟାଉନ ଥାନା ପୋଲିସ୍‌ ୪୦ଜଣ ଯୁବକଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ୭ଜଣଙ୍କୁ ଗିରଫ କରିଛି। ଗତକାଲି ରାତିରେ ଯୁବକମାନେ ଭସାଣ ଶୋଭାଯାତ୍ରାବେଳେ ରାସ୍ତାରେ  ଯାଉଥିବା ଲୋକଙ୍କ ସହିତ ଗଣ୍ଡଗୋଳ କରିବା ସହ  ଗାଡ଼ିମଟର ଉପରେ ଢେଲା ମାଡ଼ କରିଥିଲେ। ଖବର ପାଇ ପୋଲିସ୍‌ ପିସିଆର ପହଞ୍ଚିବାରୁ ଯୁବକମାନେ ଡିୟୁଟିରେ ଥିବା କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଏହାସହ ଉପସ୍ଥିତ ଅଫିସରଙ୍କୁ […]

baripada

Rakesh Mallick
  • Published: Monday, 12 September 2016
  • , Updated: 12 September 2016, 03:27 PM IST

ବାରିପଦା: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଲିସ୍‌ ଏଏସଆଇଙ୍କୁ  ମାଡ଼ ମାରିବା ଘଟଣାରେ ଆଜି ଟାଉନ ଥାନା ପୋଲିସ୍‌ ୪୦ଜଣ ଯୁବକଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ୭ଜଣଙ୍କୁ ଗିରଫ କରିଛି।

ଗତକାଲି ରାତିରେ ଯୁବକମାନେ ଭସାଣ ଶୋଭାଯାତ୍ରାବେଳେ ରାସ୍ତାରେ  ଯାଉଥିବା ଲୋକଙ୍କ ସହିତ ଗଣ୍ଡଗୋଳ କରିବା ସହ  ଗାଡ଼ିମଟର ଉପରେ ଢେଲା ମାଡ଼ କରିଥିଲେ। ଖବର ପାଇ ପୋଲିସ୍‌ ପିସିଆର ପହଞ୍ଚିବାରୁ ଯୁବକମାନେ ଡିୟୁଟିରେ ଥିବା କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ଏହାସହ ଉପସ୍ଥିତ ଅଫିସରଙ୍କୁ ଠେଲାପେଲା କରିଥିଲେ। ଫଳରେ  ପୋଲିସ୍‌ ଏଏସଆଇ ଆହତ ହେବା ସହ ଜଣେ ଗଣମାଧ୍ୟମ  ପ୍ରତିନିଧି ମଧ୍ୟ ଗୁରୁତର ଆହତ ହୋଇଥିଲେ।

Related story