ବାରିପଦା: ବନ୍ଧୁକ ଦେଖାଇ ଗୋରୁ ବ୍ୟବସାୟୀଙ୍କଠାରୁ ୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ବ୍ୟବସାୟୀଙ୍କଠାରୁ ୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ଅଭିଯୋଗ। ଆଜି ସକାଳେ ସାରସକଣା ଅଞ୍ଚଳରୁ କେତେକ ଗୋରୁ ବ୍ୟବସାୟୀ ଏକ ବଲେରୋ ଗାଡ଼ିରେ ଅଙ୍ଗ।ରପଦା ହାଟକୁ ଯାଉଥିବା ବେଳେ ୬ ଜଣ ଦୁର୍ବୃତ୍ତ ଦୁଇଟି ପଲ୍ସରରେ ଆସି ଚନ୍ଦନପୁର ନିକଟରେ ସେମାନଙ୍କୁ ଅଟକାଇଥିଲେ। ବନ୍ଧୁକ ମୁନରେ ସେମାଙ୍କଠାରୁ ଟଙ୍କା ଲୁଟିବା ପରେ ଫାଙ୍କା ଗୁଳିଚାଳନା କରି ଫେରାର୍ ହୋଇଯାଇଥିଲେ। ଦୁବୃର୍ତ୍ତମାନେ ସାରସକଣା ପଟେ ଯାଉଥିବା ବେଳେ ଖବର ପାଇ ସ୍ଥାନୀୟ […]

baripada

Rakesh Mallick
  • Published: Sunday, 01 November 2015
  • , Updated: 01 November 2015, 03:30 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ବ୍ୟବସାୟୀଙ୍କଠାରୁ ୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ଅଭିଯୋଗ। ଆଜି ସକାଳେ ସାରସକଣା ଅଞ୍ଚଳରୁ କେତେକ ଗୋରୁ ବ୍ୟବସାୟୀ ଏକ ବଲେରୋ ଗାଡ଼ିରେ ଅଙ୍ଗ।ରପଦା ହାଟକୁ ଯାଉଥିବା ବେଳେ ୬ ଜଣ ଦୁର୍ବୃତ୍ତ ଦୁଇଟି ପଲ୍ସରରେ ଆସି ଚନ୍ଦନପୁର ନିକଟରେ ସେମାନଙ୍କୁ ଅଟକାଇଥିଲେ। ବନ୍ଧୁକ ମୁନରେ ସେମାଙ୍କଠାରୁ ଟଙ୍କା ଲୁଟିବା ପରେ ଫାଙ୍କା ଗୁଳିଚାଳନା କରି ଫେରାର୍ ହୋଇଯାଇଥିଲେ। ଦୁବୃର୍ତ୍ତମାନେ ସାରସକଣା ପଟେ ଯାଉଥିବା ବେଳେ ଖବର ପାଇ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ସାରସକଣା ବଜାରରେ ମଧ୍ୟ ଦୁର୍ବୃତ୍ତମାନେ ଫାଙ୍କା  ଗୁଳି ଚାଳନା କରି ଫେରାର୍ ହୋଇ ଯାଇଥିଲେ। ପୋଲିସ୍ ତଦନ୍ତ ଚଳାଇଛି। ଏହି ଘଟଣାରେ ଝାଡ଼ଖଣ୍ଡ ଲୁଟେରା ସାମିଲ ଥିବା ସନ୍ଦେହ କରାଯାଉଛି।

Related story