ବାରିପଦା: ନବଜାତ ଶିଶୁ ଚୋରି ଅଭିଯୋଗରେ ୨ ଗିରଫ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବହଳଦାର ବଡଦୁନ୍ଦୁ ଗାଁର  ମହମ୍ମଦ ତାରିଫଙ୍କ ପତ୍ନୀ ୩ ଦିନ ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇ ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।  ତେବେ ଆଜି ସକାଳେ ତାରିଫଙ୍କ ପତ୍ନୀ ଶୋଇଥିବା ସମୟରେ ଶିଶୁଟିକୁ କିଏ ନେଇଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ପାଖ ବେଡରେ ବାଙ୍ଗରିପୋଷୀ କୁସୁମବନ୍ଧ ଗାଁର ନିରଞ୍ଜନ ବେହେରାଙ୍କ ପତ୍ନୀ ଏକ ମୃତ ଶିଶୁକୁ ଜନ୍ମ ଦେଇସାରି ଚିକିତ୍ସାଧୀନ ଥିଲେ। ତାଙ୍କ ଉପରେ ସନ୍ଦେହ ହେବାରୁ  ପୋଲିସ ନିରଞ୍ଜନ ଓ […]

sisu

Rakesh Mallick
  • Published: Friday, 23 October 2015
  • , Updated: 23 October 2015, 02:16 PM IST

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବହଳଦାର ବଡଦୁନ୍ଦୁ ଗାଁର  ମହମ୍ମଦ ତାରିଫଙ୍କ ପତ୍ନୀ ୩ ଦିନ ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇ ବାରିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।  ତେବେ ଆଜି ସକାଳେ ତାରିଫଙ୍କ ପତ୍ନୀ ଶୋଇଥିବା ସମୟରେ ଶିଶୁଟିକୁ କିଏ ନେଇଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ପାଖ ବେଡରେ ବାଙ୍ଗରିପୋଷୀ କୁସୁମବନ୍ଧ ଗାଁର ନିରଞ୍ଜନ ବେହେରାଙ୍କ ପତ୍ନୀ ଏକ ମୃତ ଶିଶୁକୁ ଜନ୍ମ ଦେଇସାରି ଚିକିତ୍ସାଧୀନ ଥିଲେ। ତାଙ୍କ ଉପରେ ସନ୍ଦେହ ହେବାରୁ  ପୋଲିସ ନିରଞ୍ଜନ ଓ ତାଙ୍କ ଶାଶୁଙ୍କୁ ପଚରାଉଚରା କରିଥିଲା। ପରେ ନିରଞ୍ଜନ ଶିଶୁଟିକୁ ଚୋରି କରି ଅନ୍ୟ ଏକ ସ୍ଥାନରେ ରଖିଥିବା ମାନି ଯାଇଥିଲେ।

 ପୋଲିସ ରଘୁନାଥପୁର ଅଞ୍ଚଳରୁ  ଶିଶୁ ପୁତ୍ରଟିକୁ ଉଦ୍ଧାର କରିଛି। ପୋଲିସ ଏହି ଘଟଣାରେ ନିରଞ୍ଜନ  ଓ ତାଙ୍କ ଶାଶୁ  ଲକ୍ଷ୍ମୀ ବେହେରାଙ୍କୁ ଗିରଫ କରିଛି।

Related story