ଶାବଳରେ ପିଟି ପିଟି ବାପାକୁ ମାରିଲା ପୁଅ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରରୁଁଆ ଥାନା ଅନ୍ତର୍ଗତ ତେରେଣ୍ଟି ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ତା ବାପାଙ୍କୁ ଶାବଳରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଶ୍ରୀନିବାସ ନାୟକ (୬୦)। ବାପା ମରିଯିବା ପରେ ପୁଅ ନିରଞ୍ଜନ ଫେରାର ହୋଇଯାଇଛି। ଗତକାଲି ରାତିରେ ନିଶାସକ୍ତ ନିରଞ୍ଜନ ତାଙ୍କ ବାପାଙ୍କୁ ଟଙ୍କା ମାଗିଥିଲେ। ତେବେ ଶ୍ରୀନିବାସ ଟଙ୍କା ଦେଇ ନ ଥଲେ। ତେଣୁ ନିରଞ୍ଜନ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ପିଟି ପିଟି […]

murder

Rakesh Mallick
  • Published: Tuesday, 14 June 2016
  • , Updated: 14 June 2016, 11:10 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରରୁଁଆ ଥାନା ଅନ୍ତର୍ଗତ ତେରେଣ୍ଟି ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକ ତା ବାପାଙ୍କୁ ଶାବଳରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଶ୍ରୀନିବାସ ନାୟକ (୬୦)। ବାପା ମରିଯିବା ପରେ ପୁଅ ନିରଞ୍ଜନ ଫେରାର ହୋଇଯାଇଛି।

ଗତକାଲି ରାତିରେ ନିଶାସକ୍ତ ନିରଞ୍ଜନ ତାଙ୍କ ବାପାଙ୍କୁ ଟଙ୍କା ମାଗିଥିଲେ। ତେବେ ଶ୍ରୀନିବାସ ଟଙ୍କା ଦେଇ ନ ଥଲେ। ତେଣୁ ନିରଞ୍ଜନ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ପିଟି ପିଟି ମାରି ଦେଇଥିଲା। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା କରୁଛି।

Related story