ଲାଞ୍ଚ ନେଇ ଧରାପଡ଼ିଲେ ଝାଡ଼ପଖୋରିଆ ଥାନା ସବ୍‌ ଇନିସପେକ୍ଟର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାଡ଼ପଖୋରିଆ ଥାନା ସବ୍‌ ଇନ୍ସପେକ୍ଟର ବଦ୍ରିକାନାଥ ବେହେରା ୧୫,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବଦ୍ରିକାନାଥ ସିଜ୍‌ ହୋଇଥିବା ଗୋରୁ ଗାଡ଼ିକୁ ଛାଡ଼ି ଦେବା ପାଇଁ ସେକ୍‌ ସସସେଦ୍‌ ‌ନାମକ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ। ସେକ୍‌ କୋର୍ଟରୁ ରିଲିଜ ଅର୍ଡର ଆଣିବା ପରେ ମଧ୍ୟ ଗାଡ଼ିଟିକୁ ରିଲିଜ୍‌ କରିବା ପାଇଁ ଥାନା ଅଧିକାରୀ ତାଙ୍କୁ ଟଙ୍କା ମାଗିଥିବା ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା […]

baripada

Rakesh Mallick
  • Published: Friday, 02 September 2016
  • , Updated: 02 September 2016, 01:29 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାଡ଼ପଖୋରିଆ ଥାନା ସବ୍‌ ଇନ୍ସପେକ୍ଟର ବଦ୍ରିକାନାଥ ବେହେରା ୧୫,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବଦ୍ରିକାନାଥ ସିଜ୍‌ ହୋଇଥିବା ଗୋରୁ ଗାଡ଼ିକୁ ଛାଡ଼ି ଦେବା ପାଇଁ ସେକ୍‌ ସସସେଦ୍‌ ‌ନାମକ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାଗିଥିଲେ। ସେକ୍‌ କୋର୍ଟରୁ ରିଲିଜ ଅର୍ଡର ଆଣିବା ପରେ ମଧ୍ୟ ଗାଡ଼ିଟିକୁ ରିଲିଜ୍‌ କରିବା ପାଇଁ ଥାନା ଅଧିକାରୀ ତାଙ୍କୁ ଟଙ୍କା ମାଗିଥିବା ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ବିଭାଗ ସବ୍‌ ଇନିସପେକ୍ଟର ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରିଥିଲା।

ତା’ପରେ ତାଙ୍କର ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ପୈତୃକ ଘର, ଖୋର୍ଦ୍ଧା ସ୍ଥିତ ଘର ଏବଂ ଝାଡ଼ପୋଖରିଆରେ ରହୁଥିବା ଭଡ଼ା ଘରେ ଏକ କାଳୀନ ଚଢାଉ କରାଯାଇଥିଲା। ଚଢାଉ ବେଳେ ବଦ୍ରିକାନାଥଙ୍କ ଭଡ଼ାଘରୁ ୨ଲକ୍ଷ ୨୦ହଜାର ଟଙ୍କା ଜବତ କରାଯାଇଛି।

Related story