ବାଥରୁମରେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇବା ମାମଲା: ଠିକା ଶ୍ରମିକ ଗିରଫ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଆର୍କିଟେକ୍ଚର ବିଭାଗର ବାଥରୁମରେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଉଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତର ନାଁ ରାକେଶ ପଢ଼ିଆରୀ। ସେ ଏକ ଠିକା ସଂସ୍ଥାର ଶ୍ରମିକ ବୋଲି ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ପରିସରରେ ଅଶାନ୍ତି ଦେଖାଦେଇଥିଲା। ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ଘଟଣାର ପ୍ରତିବାଦ କରିଥିଲେ। ସେପଟେ କିଟ୍ କର୍ତ୍ତୃପକ୍ଷ ଏଇ ଘଟଣାରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଯେ ଗୁରୁବାର ଜଣେ ଛାତ୍ରୀଙ୍କ ଠାରୁ ଏନେଇ ଅଭିଯୋଗ ମିଳିବା […]

kiitru-sramika-giraf

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 02:18 AM IST

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଆର୍କିଟେକ୍ଚର ବିଭାଗର ବାଥରୁମରେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଉଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତର ନାଁ ରାକେଶ ପଢ଼ିଆରୀ। ସେ ଏକ ଠିକା ସଂସ୍ଥାର ଶ୍ରମିକ ବୋଲି ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ପରିସରରେ ଅଶାନ୍ତି ଦେଖାଦେଇଥିଲା। ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇ ଘଟଣାର ପ୍ରତିବାଦ କରିଥିଲେ। ସେପଟେ କିଟ୍ କର୍ତ୍ତୃପକ୍ଷ ଏଇ ଘଟଣାରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଯେ ଗୁରୁବାର ଜଣେ ଛାତ୍ରୀଙ୍କ ଠାରୁ ଏନେଇ ଅଭିଯୋଗ ମିଳିବା ପରେ ସଙ୍ଗେ ସଙ୍ଗେ ସଂପୃକ୍ତ ଶ୍ରମିକଙ୍କୁ ପୋଲିସ୍ ଜିମା ଦିଆଯିବା ସହ ତାର ମୋବାଇଲକୁ ଜବତ କରାଯାଇଥିଲା। ତେବେ ଏ ସଂପର୍କରେ ଛାତ୍ରଛାତ୍ରୀ ଅବଗତ ନ ଥିବାରୁ ଶୁକ୍ରବାର ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ ସ୍ଥିତି ଶାନ୍ତ ହୋଇଥିଲା ବୋଲି  ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

Related story