ବଟି ନ ଦେବାରୁ ନାବାଳକକୁ ପିଟି ହାତ ଭାଙ୍ଗିଦେଲେ ହୋମଗାର୍ଡ

ନୀଳଗିରି: ବଟି ନ ଦେବାରୁ ଜଣେ ୧୨ ବର୍ଷର ନାବାଳକକୁ ଜଣେ ହୋମଗାର୍ଡ ମାଡ଼ ମାରି ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ନଜରକୁ ଆସିଛି ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ। ମନ୍ଦିର ନିକଟରେ ପିଲାଟି ମାନସିକ ଡୋରି ବିକ୍ରି କରୁଥିଲା। ହୋମଗାର୍ଡ ଦିଲୀପ ଜେନା ତା’ଠାରୁ ପ୍ରତିଦିନ ବଟି ଆଦାୟ କରୁଥିଲେ। ବୁଧବାର ପିଲାଟି ବଟି ନ ଦେବାରୁ ଦିଲୀପ ତାଙ୍କୁ ଲାଠିରେ ମାଡ଼ ମାରିଥିଲେ। ଏ ନେଇ ନୀଳଗିରି ଥାନାରେ ଲିଖିତ […]

mada

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 07:13 AM IST

ନୀଳଗିରି: ବଟି ନ ଦେବାରୁ ଜଣେ ୧୨ ବର୍ଷର ନାବାଳକକୁ ଜଣେ ହୋମଗାର୍ଡ ମାଡ଼ ମାରି ହାତ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ନଜରକୁ ଆସିଛି ବାଲେଶ୍ୱର ଜିଲ୍ଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ। ମନ୍ଦିର ନିକଟରେ ପିଲାଟି ମାନସିକ ଡୋରି ବିକ୍ରି କରୁଥିଲା। ହୋମଗାର୍ଡ ଦିଲୀପ ଜେନା ତା’ଠାରୁ ପ୍ରତିଦିନ ବଟି ଆଦାୟ କରୁଥିଲେ। ବୁଧବାର ପିଲାଟି ବଟି ନ ଦେବାରୁ ଦିଲୀପ ତାଙ୍କୁ ଲାଠିରେ ମାଡ଼ ମାରିଥିଲେ। ଏ ନେଇ ନୀଳଗିରି ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଅଭିଯୋଗକୁ ହୋମଗାର୍ଡ ଦିଲୀପ ଖଣ୍ଡନ କରିଛନ୍ତି।

Related story