ଭୁବନେଶ୍ୱର: ୧୭ ଜୁଆଡି ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ସାଲିଆସାହିରେ ଜୁଆ ଖେଳୁଥିବା ବେଳେ ମାଷ୍ଟର ମାଇଣ୍ଡ ଲେଡି ଜୁଆଡି ସମେତ ୧୭ ଜଣଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ୨୩ ହଜାରରୁ ଅଧିକ ଟଙ୍କା ଓ ତାସ୍ ଓ ପାଲି ଜବତ କରାଯାଇଛି। ଦୁଇ ଜଣ ମହିଳା ଜୁଆଡିଙ୍କ ନେତୃତ୍ୱରେ ଏହି ଖେଳ ଖେଳାଯାଉଥିବା ଜଣାପଡ଼ିଛି। ଗିରଫ ମହିଳା ଜଣଙ୍କ  ଏକ ବ୍ୟବସାୟୀ ବୋଲି ଜଣାପଡ଼ିଛି। ଗତକାଲି କୁମାର ପୂର୍ଣ୍ଣମୀ ଥିବାରୁ ଏମାନେ ଜୁଆ […]

juadi

juadi

Rakesh Mallick
  • Published: Sunday, 16 October 2016
  • Updated: 16 October 2016, 08:18 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ସାଲିଆସାହିରେ ଜୁଆ ଖେଳୁଥିବା ବେଳେ ମାଷ୍ଟର ମାଇଣ୍ଡ ଲେଡି ଜୁଆଡି ସମେତ ୧୭ ଜଣଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ୨୩ ହଜାରରୁ ଅଧିକ ଟଙ୍କା ଓ ତାସ୍ ଓ ପାଲି ଜବତ କରାଯାଇଛି। ଦୁଇ ଜଣ ମହିଳା ଜୁଆଡିଙ୍କ ନେତୃତ୍ୱରେ ଏହି ଖେଳ ଖେଳାଯାଉଥିବା ଜଣାପଡ଼ିଛି। ଗିରଫ ମହିଳା ଜଣଙ୍କ  ଏକ ବ୍ୟବସାୟୀ ବୋଲି ଜଣାପଡ଼ିଛି।

ଗତକାଲି କୁମାର ପୂର୍ଣ୍ଣମୀ ଥିବାରୁ ଏମାନେ ଜୁଆ ଖେଳି ଅଧିକ ଟଙ୍କା ରୋଜଗାର ଆଶାରେ କିଛି ମହିଳାଙ୍କ ସହ ଖେଳରେ ମାତିଥିଲେ। ପରେ ପୁରୁଷମାନେ ଜୁଆ ଖେଳରେ ମାତିଥିବା ବେଳେ ପୋଲିସ୍ ଚଢ଼ାଉ କରିଥିଲା।

  ଗିରଫ  ହୋଇଥିବା ଜଣେ ମହିଳା କହିଛନ୍ତି,“କୁମାରୀ ପୂର୍ଣ୍ଣମୀ ଥିବାରୁ ଖେଳୁଥିଲୁ। ପୋଲିସ୍‌ ଆସି ମୋତେ  ନେଇଗଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos