ଭୁବନେଶ୍ୱର: ଡକାୟତି ପାଇଁ ଯୋଜନା କରୁଥିବା ବେଳେ କମିଶନରେଟ୍ ପୋଲିସ ୭ ଡକାୟତଙ୍କୁ ଗିରଫ କରିଛି । ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରୁ ଗୁରୁବାର ସନ୍ଧ୍ୟାରେ ଏହି ଡକାୟତମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୩ଟି ବନ୍ଧୁକ, ୭ଟି ଗୁଳି, ୩ଟି ବୋମା, ମାରଣାସ୍ତ୍ର ଓ ୪ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ପୋଲିସ୍ କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଶୁକ୍ରବାର ଏକ ସାମ୍ୱାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି।
ଗିରଫ ଡକାୟତମାନେ ହେଲେ ପ୍ରଭାତ ପାଇକରାୟ ଓରଫ ଟୁକୁନା (୩୮), ଯୁଗଳ ସାହୁ (୩୨), ଧର୍ମା ନାୟକ, ବସନ୍ତ କୁମାର ସୁନ୍ଦର (୩୨), କାର୍ତ୍ତିକ ଭୂୟାଁ, ପାହାଡ଼ ବନ୍ଧୁ ନାଥ (୨୩) ଓ ତଥାଗତ ସାହୁ।
ଗତକାଲି ସନ୍ଧ୍ୟାରେ କୁଇକ୍ ଆକ୍ସନ୍ ଟିମ୍ ଓ ଏୟାର ଫିଲଡ୍ ଥାନା ପୋଲିସ୍ ଚଢ଼ାଉ କରି ଡକାୟତମାନଙ୍କୁ ଗିରଫ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସରକାରୀ ଯନ୍ତ୍ରିକ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ! ଅଧ୍ୟାପକ ଅଟକ
ଛାତ୍ରୀଙ୍କୁ ଏକୁଟିଆ ପାଇଁ ଅଧ୍ୟାପକ ଜଣକ ଦୁର୍ବ୍ୟବହାର କରିଥିଲେ। ତାଙ୍କ ଶରୀରରେ ହାତ ମାରିଥିଲେ। ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ସିପ୍ରା ତାଙ୍କଠାରୁ ଦୌଡ଼ି ପଳାଇ ଆସିଥିଲେ।
Crime
ପ୍ରେମ ପକ୍ଷୀଙ୍କୁ ବିଷ ପିଆଇଲେ, ତଣ୍ଟି ଚିପି ମାରିଦେଲେ ଝିଅ ଘର ଲୋକ
ଯେଉଁ ପରିବାରକୁ ପ୍ରେମ ପକ୍ଷୀ ଏତେ ଭଲ ପାଉଥିଲେ, ଶେଷରେ ସେଇମାନେ ହିଁ ଉଭୟଙ୍କ ଜୀବନ ନେଇ ଗଲେ। ପ୍ରେମ ପକ୍ଷୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରି ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟ କରିଛନ୍ତି ଝିଅ ଘର ଲୋକ।
Crime
ଥାନାଠାରୁ ପ୍ରାୟ ୧୦୦ ମିଟର ଦୂରରେ ଯୁବତୀଙ୍କୁ ଛୁରା ମାଡ଼
ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୮ଟା ହେବ। ଚୌଧୁରୀ ବଜାର ଅଞ୍ଚଳର ଯୁବତୀ ପୁରୀ ଘାଟ ଥାନାଠାରୁ ଅଳ୍ପ ଦୂର ମାଣିକ ବଜାରରେ ଛିଡ଼ା ହୋଇଥିଲେ। ଠିକ୍ ସେତିକି ବେଳେ ଜଣେ ଯୁବକ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ।
Crime
ହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ ବିଧାୟକ ଇରାଶିଷ ଆଚାର୍ଯ୍ୟ
୨୦୧୮ରେ ଘଟିଥିଲା ବହୁଚର୍ଚ୍ଚିତ ନାରାୟଣ ସତନାମୀ ହତ୍ୟାକାଣ୍ଡ। ଇରଶିଷଙ୍କ ସମେତ ଅନ୍ୟ ୩ ଜଣଙ୍କ ନାମରେ ରୁଜୁ ହୋଇଥିଲା ମାମଲା।
Crime
ଜେଜେମାଆ-ନାତୁଣୀଙ୍କୁ ଲୁଟିଲେ, ରାସ୍ତା ପାର୍ଶ୍ୱକୁ ଫିଙ୍ଗିଦେଲେ
ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଛତ୍ରପୁର ମେଡ଼ିକାଲ୍ରୁ କୁନ୍ତଳାଙ୍କ ପରିବାର ଲୋକଙ୍କ ପାଖକୁ ଫୋନ୍ କଲ ଆସିଥିଲା। କୁନ୍ତଳା ଓ ସ୍ୱିଟି ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କ ଚେତା ଫେରୁନି ବୋଲି ସୂଚନା ଦିଆଯାଇଥିଲା।