ଭୁବନେଶ୍ୱର ୟୁକୋ ବ୍ୟାଙ୍କ ଡକାୟତି ଘଟଣା: ପୋଲିସ୍‌ ଗଠନ କଲା ସ୍ୱତନ୍ତ୍ର ସ୍କ୍ୱାଡ

ଭୁବନେଶ୍ୱର: ଭୁବନେଶ୍ୱରର ବାପୁଜୀନଗର ୟୁକୋ ବ୍ୟାଙ୍କ ଡକାୟତି ଘଟଣାରେ ସାମିଲ ଗ୍ୟାଙ୍ଗକୁ ଚିହ୍ନଟ କରିଛି କମିଶନ୍‌ରେଟ୍‌ ପୋଲିସ୍‌। ଏହି ଗ୍ୟାଙ୍ଗ ପୂର୍ବରୁ ଛତିଶଗଡ଼ର କୋର୍ବା ଓ ଝାରସୁଗୁଡ଼ାରେ ବ୍ୟାଙ୍କ ଡକାୟତିରେ ସମ୍ପୃକ୍ତି ଥିଲା। ସେମାନଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି ବୋଲି ଆଜି ପୋଲିସ୍‌ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି। ଭୁବନେଶ୍ୱର ବାପୁଜୀନଗରରେ ଥିବା ୟୁକୋ ବ୍ୟାଙ୍କରୁ ଗତ ୨୮ ତାରିଖରେ ୧୩ ଲକ୍ଷରୁ ଅଧିକ ଟଙ୍କା ଓ ପ୍ରାୟ ୪୦ ଲକ୍ଷ ଟଙ୍କାର […]

uco-bank

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 04:24 PM IST

ଭୁବନେଶ୍ୱର: ଭୁବନେଶ୍ୱରର ବାପୁଜୀନଗର ୟୁକୋ ବ୍ୟାଙ୍କ ଡକାୟତି ଘଟଣାରେ ସାମିଲ ଗ୍ୟାଙ୍ଗକୁ ଚିହ୍ନଟ କରିଛି କମିଶନ୍‌ରେଟ୍‌ ପୋଲିସ୍‌। ଏହି ଗ୍ୟାଙ୍ଗ ପୂର୍ବରୁ ଛତିଶଗଡ଼ର କୋର୍ବା ଓ ଝାରସୁଗୁଡ଼ାରେ ବ୍ୟାଙ୍କ ଡକାୟତିରେ ସମ୍ପୃକ୍ତି ଥିଲା। ସେମାନଙ୍କୁ ଧରିବାକୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି ବୋଲି ଆଜି ପୋଲିସ୍‌ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି।

ଭୁବନେଶ୍ୱର ବାପୁଜୀନଗରରେ ଥିବା ୟୁକୋ ବ୍ୟାଙ୍କରୁ ଗତ ୨୮ ତାରିଖରେ ୧୩ ଲକ୍ଷରୁ ଅଧିକ ଟଙ୍କା ଓ ପ୍ରାୟ ୪୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ ହୋଇଥିଲା। ବନ୍ଧୁକ ମୁନରେ ୪ ଜଣ ଡକାୟତ ଲୁଟି ନେଇଥିଲେ ଟଙ୍କା ଓ ସୁନାଗହଣା। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ କ୍ୟାପିଟାଲ୍ ଥାନାରେ ଏତଲା ଦାୟର କରିଛନ୍ତି।

Related story