ଚାକିରି ନାମରେ ଠକେଇ, ଜଣେ ଗିରଫ

ଭୁବନେଶ୍ୱର: ଇଷ୍ଟକୋଷ୍ଟ ରେଲୱେରେ ଚାକିରି କରାଇଦେବାକୁ କହି ଠକୁଥିବା ଜଣେ ଠକକୁ ଆଜି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ୍‌ ଗିରଫ କରିଛି। ତାଙ୍କ ନାଁ କିଶୋର ଚନ୍ଦ୍ର ବେହେରା। ସେ ବାଂଶପାଣିରେ ଇଷ୍ଟକୋଷ୍ଟ ରେଲୱେରେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରୁଥିଲେ। ଲୋକଙ୍କଠାରୁ ସେ ୨୨ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ତେବେ କିଶୋର ସହଯୋଗୀ ଜଗନ୍ନାଥ ରଣା ଏବେ ସୁଦ୍ଧା ଫେରାର ଅଛନ୍ତି। ଏମାନେ ଚଳାଇଥିବା ରାକେଟରେ ୨କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା […]

arrest railwaya emp

Rakesh Mallick
  • Published: Monday, 05 September 2016
  • , Updated: 05 September 2016, 10:24 PM IST

ଭୁବନେଶ୍ୱର: ଇଷ୍ଟକୋଷ୍ଟ ରେଲୱେରେ ଚାକିରି କରାଇଦେବାକୁ କହି ଠକୁଥିବା ଜଣେ ଠକକୁ ଆଜି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ୍‌ ଗିରଫ କରିଛି। ତାଙ୍କ ନାଁ କିଶୋର ଚନ୍ଦ୍ର ବେହେରା। ସେ ବାଂଶପାଣିରେ ଇଷ୍ଟକୋଷ୍ଟ ରେଲୱେରେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରୁଥିଲେ। ଲୋକଙ୍କଠାରୁ ସେ ୨୨ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ତେବେ କିଶୋର ସହଯୋଗୀ ଜଗନ୍ନାଥ ରଣା ଏବେ ସୁଦ୍ଧା ଫେରାର ଅଛନ୍ତି। ଏମାନେ ଚଳାଇଥିବା ରାକେଟରେ ୨କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିବା ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ଏ ସମ୍ପର୍କରେ କିଶୋର କହିଛନ୍ତି, “ମୁଁ କିଛି ଜାଣିନି, ମୋତେ ଫସାଇ ଦିଆଯାଇଛି। ଜଗନ୍ନାଥ ନାମକ ଜଣେ ଦଲାଲ ସବୁ ପଇସା ନେଇ ଯାଇଛି। ଦୁଇ ବର୍ଷ ହେଲା ଫୋନ୍‌ ଉଠାଉ ନ ଥିବାରୁ ମୁଁ ବାଧ୍ୟ ହୋଇ ପଇସା ଫେରାଉଛି।”

Related story