ଭୁବନେଶ୍ୱରରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା: ଦୁଇ ଡ୍ରାଇଭରଙ୍କୁ ନିଲମ୍ବନ କଲେ ସ୍କୁଲ କର୍ତ୍ତୃପକ୍ଷ

ଭୁବନେଶ୍ୱର: ରାଜଧାନୀରେ ଏକ ଘରୋଇ ସ୍କୁଲ ପରିସରରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମରେ ୨ ଜଣ ଡ୍ରାଇଭରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ଘଟଣାର ଅଧିକ ତଦନ୍ତ କରିବାକୁ ସ୍କୁଲ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଘଟଣାକୁ ଗୁରୁତର ସହ ନେଇଛି ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)। ପୀଡିତା ଛାତ୍ରୀଙ୍କ ମାନସିକ ସ୍ଥିତି ଠିକ୍‌ କରିବା ପାଇଁ ଜଣେ କାଉନ୍‌ସିଲରଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ କମିଶନରେଟ୍‌ ପୋଲିସ ଆଜି ଅଭିଯୁକ୍ତ ଡ୍ରାଇଭାର ବିଜୟ ମହାରଣାକୁ […]

bbsr

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 11:23 PM IST

ଭୁବନେଶ୍ୱର: ରାଜଧାନୀରେ ଏକ ଘରୋଇ ସ୍କୁଲ ପରିସରରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମରେ ୨ ଜଣ ଡ୍ରାଇଭରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି। ଘଟଣାର ଅଧିକ ତଦନ୍ତ କରିବାକୁ ସ୍କୁଲ ପକ୍ଷରୁ ଏକ କମିଟି ଗଠନ କରାଯାଇଛି।

ଘଟଣାକୁ ଗୁରୁତର ସହ ନେଇଛି ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)। ପୀଡିତା ଛାତ୍ରୀଙ୍କ ମାନସିକ ସ୍ଥିତି ଠିକ୍‌ କରିବା ପାଇଁ ଜଣେ କାଉନ୍‌ସିଲରଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ କମିଶନରେଟ୍‌ ପୋଲିସ ଆଜି ଅଭିଯୁକ୍ତ ଡ୍ରାଇଭାର ବିଜୟ ମହାରଣାକୁ କୋଟୟ ଚାଲାଣ କରିବା ପରେ ଜେଲ୍‌ ପଠାଇ ଦିଆଯାଇଛି।

ଅନ୍ୟପକ୍ଷରେ ସିଆରପିସି ଧାରା ୧୬୪ ଅନୁଯାୟୀ ଆଜି କୋର୍ଟ ପୀଡିତାଙ୍କ ବୟାନ ରେକର୍ଡ କରିଛି।

Related story