ବଳାତ୍କାର ମାମଲା: ରମେଶଙ୍କୁ ରିମାଣ୍ଡରେ ନେଲା ପୋଲିସ୍

ବ୍ରହ୍ମପୁର: ବଳାତ୍କାର ମାମଲାରେ ଜେରା କରିବା ପାଇଁ ଆଜି ବ୍ରହ୍ମପୁର ଟାଉନ୍ ଥାନା ପୋଲିସ୍ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି। ବ୍ରହ୍ମପୁରର ଜଣେ ବିଧବା ମହିଳା ରମେଶଙ୍କ ନାଁରେ ବଳାତ୍କାର ଅଭିଯୋଗ କରିଥିଲେ। ରମେଶଙ୍କୁ ରିମାଣ୍ଡରେ ନେବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟ ଅନୁମତି ଦେଇଥିଲେ। ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ ବୋଲି ମଧ୍ୟ ସୂଚନା ମିଳିଛି। ଏହି ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀଙ୍କର ବସ୍ ଓ ମଦ ବ୍ୟବସାୟ […]

ramesh jena

Rakesh Mallick
  • Published: Friday, 22 April 2016
  • , Updated: 22 April 2016, 05:47 AM IST

ବ୍ରହ୍ମପୁର: ବଳାତ୍କାର ମାମଲାରେ ଜେରା କରିବା ପାଇଁ ଆଜି ବ୍ରହ୍ମପୁର ଟାଉନ୍ ଥାନା ପୋଲିସ୍ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି। ବ୍ରହ୍ମପୁରର ଜଣେ ବିଧବା ମହିଳା ରମେଶଙ୍କ ନାଁରେ ବଳାତ୍କାର ଅଭିଯୋଗ କରିଥିଲେ। ରମେଶଙ୍କୁ ରିମାଣ୍ଡରେ ନେବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟ ଅନୁମତି ଦେଇଥିଲେ। ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ ବୋଲି ମଧ୍ୟ ସୂଚନା ମିଳିଛି।

ଏହି ମହିଳା ଜଣଙ୍କ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀଙ୍କର ବସ୍ ଓ ମଦ ବ୍ୟବସାୟ ଥିଲା। ତାଙ୍କଠାରୁ ରମେଶ ଓ ତାଙ୍କ ସହଯୋଗୀମାନେ ଦାଦାବଟି ନେଉଥିଲେ। ତାଙ୍କର ମୃତ୍ୟୁ ପରେ ସେ ବସ୍‌ଗୁଡ଼ିକୁ ଚଳାଇବାକୁ ଉଦ୍ୟମ କରି ଥିଲେ। ତେବେ ରମେଶ ଓ ତାଙ୍କ ସହଯୋଗୀମାନେ ଏଥିରେ ପ୍ରତିବନ୍ଧକ ସାଜିଥିଲେ। ତେଣୁ ସେ ବାଧ୍ୟ ହୋଇ ବସ୍‌ଗୁଡ଼ିକୁ ବିକ୍ରି କରି ଦେଇଥିଲେ।  ୨୦୧୩ରେ ଦିନେ ରମେଶ ତାଙ୍କର ଜଣେ ସହଯୋଗୀ ବିଧୂ ବିଶୋଇକୁ ନେଇ ତାଙ୍କ ଘରକୁ ଆସିଥିଲେ। ସେହିଦିନ ରମେଶ ପ୍ରଥମେ ଜୋରଜବରଦସ୍ତି ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ। ଏହା ପରେ ତିନି ଚାରି ମାସ ପରେ ରମେଶ ପୁଣି ତାଙ୍କ ଘରକୁ ଆସିଥିଲେ ଓ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବାକୁ କହିଥିଲେ। ତେବେ ସେ ରାଜି ନ ହେବାରୁ ରମେଶ ତାଙ୍କର ଏକ ଭିଡିଓ ଦେଖାଇଥିଲା ଓ ଶାରୀରିକ ସଂପର୍କ ନ ରଖିଲେ ତାହାକୁ ମାର୍କେଟକୁ ଛାଡ଼ି ଦେବେ ବୋଲି ଧମକ ଦେଇଥିଲେ। ତା’ପରେ ଜବରଦସ୍ତି ଶାରୀରିକ ସଂପର୍କ ରଖିଥିଲେ। ଏମିତି ଏକାଧିକ ବାର ରମେଶ ତାଙ୍କୁ ବଳାତ୍କାର କରିଥିଲେ ବୋଲି ମହିଳା ଜଣଙ୍କ ବ୍ରହ୍ମପୁର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ରମେଶଙ୍କ ବିରୋଧରେ ଗୁରୁବାର ଆଉ ଏକ ମାମଲା ଦାଏର ହୋଇଛି।  ଧମକ ଦେଇ ନିଜ ନାଁରେ  ଜମି ହାତେଇବା ଅଭିଯୋଗରେ ବ୍ରହ୍ମପୁର  ସଦର ଥାନାରେ ଏହି ମାମଲା ରୁଜୁ ହୋଇଛି। ନିମଖଣ୍ଡି ଅଞ୍ଚଳର ଗୋପୀନାଥ  ସାହୁ ରମେଶଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛନ୍ତି। ରମେଶ ତାଙ୍କୁ ଧମକ ଦେଇ ୨ ଏକର ୮୭୦ ଡେସିମିଲ୍ ଜମି ନେଇଥିବା ଗୋପୀନାଥ ଏତଲାରେ ଦର୍ଶାଇଥିଲେ। ରମେଶଙ୍କ ବିରୋଧରେ  ପୋଲିସ୍ ମୋଟ ୨୧ଟି ମାମଲା ରୁଜୁ କରି ସାରିଲାଣି।

Related story