ଭଦ୍ରକ କଲେଜରେ ବୋମା ମାଡ଼

ଭଦ୍ରକ: ଭଦ୍ରକ ଏମପିସି କଲେଜରେ ଆଜି  ବୋମା ମାଡ଼ ହୋଇଛି। କଲେଜ ପରିସରରୁ ଦୁଇଟି ବୋମା ଉଦ୍ଧାର କରାଯାଇଥିବା ବେଳେ, ସେଥିରୁ ଗୋଟିଏ ଫୁଟି ନ ଥିବା ଦେଖିବାକୁ ମିଳିଛି।

ତେବେ ଏହା ବୋମା ନୁହେଁ ସୁତୁଲି ବାଣ ବୋଲି ପୋଲିସ କହିଛି। କୌଣସି ଦୁର୍ବୃତ୍ତ କଲେଜ ପରିସରକୁ ସୁତୁଲି ବାଣ ଫିଙ୍ଗିଛି। ଘଟଣାର ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି।