ଭଦ୍ରକ: ଭଦ୍ରକ ସହର ନୂଆବଜାର ‘ବର୍ଷା ଫୁଏଲ’ ପେଟ୍ରୋଲ ପମ୍ପ ଓ ଜଗନ୍ନାଥ ଗ୍ୟାସ୍ ଏଜେନ୍ସି ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଇନ୍ସପେକ୍ଟର ତପନ ଦାଶଙ୍କ ନେତୃତ୍ୱରେ ହୋଇଥିବା ଚଢ଼ାଉରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ହାଡିବନ୍ଧୁ ସ ସାମିଲ ଥିଲେ।
ଚଢ଼ାଉ ସମୟରେ ପେଟ୍ରୋଲ ପମ୍ପରେ ତେଲର ମାନ, ଗ୍ରାହକଙ୍କୁ ଦିଆଯାଉଥିବା ତେଲର ସଠିକ୍ ପରିମାଣ, କାଗଜପତ୍ର ଅନୁଯାୟୀ ଷ୍ଟକ୍ ଅଛି କି ନାହିଁ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ କରିଥିଲେ। ସେହିପରି ଗ୍ୟାସନ୍ ଏଜେନ୍ସିରେ ସିଲିଣ୍ଡରରେ ସଠିକ୍ ପରିମାଣରେ ଗ୍ୟାସ ଅଛିକି ନାହିଁ ଯାଞ୍ଚ କରାଯାଇଥିଲା।