ଭଦ୍ରକ ଶିଶୁ ଅପହରଣ ଓ ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ଭଦ୍ରକ: ଭଦ୍ରକ ସହର ପୁରୁଣାବଜାର ଅଞ୍ଚଳରେ ୬ ବର୍ଷର ଶିଶୁକୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ପୋଲିସ୍ ଗିରଫ କରିଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ଶେଖ କାଦିର ଓ ଅନ୍ୟ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ କାଦିର ପରିବାର ଲୋକେ ଏଥିରେ ସାମିଲ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏପରି କି ଉତ୍ତ୍ୟକ୍ତ ଲୋକେ ରାତିରେ କାଦିରଙ୍କ […]

bhadrak hotya

Rakesh Mallick
  • Published: Friday, 11 December 2015
  • , Updated: 12 December 2015, 03:39 AM IST

ଭଦ୍ରକ: ଭଦ୍ରକ ସହର ପୁରୁଣାବଜାର ଅଞ୍ଚଳରେ ୬ ବର୍ଷର ଶିଶୁକୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ପୋଲିସ୍ ଗିରଫ କରିଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ଶେଖ କାଦିର ଓ ଅନ୍ୟ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ କାଦିର ପରିବାର ଲୋକେ ଏଥିରେ ସାମିଲ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏପରି କି ଉତ୍ତ୍ୟକ୍ତ ଲୋକେ ରାତିରେ କାଦିରଙ୍କ ଘରେ ଭଙ୍ଗାରୁଜା କରିଛନ୍ତି।

ବୁଧବାର ସଂଧ୍ୟାରେ ଏହି ଶିଶୁକୁ ଅପହରଣ କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସେକ୍କୁ ଛାଡ଼ିଦେବା ପାଇଁ ଅପହରଣକାରୀ ଫେ।ନରେ ୬ ଲକ୍ଷ ଟଙ୍କା ଦାବି କରିଥିଲେ ଏବଂ ଅପହରଣକାରୀଙ୍କ ଘରୁ ଶିଶୁଟିର ମୃତଦେହ ମିଳିଥିଲା। ଶିଶୁର ନାଁ ସେକ୍ ସାନୱାର ହୁସେନ୍। ପୁରୁଣାବଜାର ଥାନାରେ ଏନେଇ ଅଭିଯୋଗ ହେବା ପରେ ଏହି ଘଟଣାରେ ପୋଲିସ୍ ୬ ଜଣଙ୍କୁ ସନ୍ଦେହରେ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା।

Related story