ଭାଲୁମୁଣ୍ଡା ହତ୍ୟାକାଣ୍ଡ ଘଟଣା: ୫ ଅଭିଯୁକ୍ତ ଗିରଫ

ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ଭାଲୁମୁଣ୍ଡା ଗାଁରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ବଙ୍ଗୋମୁଣ୍ଡା ଥାନା ପୋଲିସ ୫ଜଣଙ୍କୁ ଗିରଫ କରିଛି । ଭାଲୁମୁଣ୍ଡା ଗାଁର ୠଷଭ ମେହେର ନିଜ ଚାଷ ଜମିକୁ ଯାଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ୧୨ ତାରିଖ ସକାଳେ ୠଷଭଙ୍କ ମୃତଦେହ ରାସ୍ତାକଡ଼ରେ ପଡ଼ିଥିବା ଦେଖି ତାଙ୍କ ପୁଅ ଜନ୍ମଜୟ ପୋଲିସକୁ ଜଣଶଇବା ସହ ଲିଖିତ ଅଭିଯୋଗ କରିଥିଲେ । ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିବା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ଲୋକନାଥ ସାହୁ କହିଛନ୍ତି। ଏହାସହ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଟାଙ୍ଗିଆକୁ ପୋଲିସ ଜବତ କରିଛି।