ବ୍ରହ୍ମପୁର: ଭଞ୍ଜନଗର ଫାଣ୍ଡି ଏଏସ୍ଆଇଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଏସ୍ଆଇ ଶଙ୍କର ରାଓଙ୍କ ଛତ୍ରପୁର ଘରେ ଆଜି ଏହି ଚଢାଉ କରାଯାଇଥିଲା। ଏହାସହ ଶଙ୍କରଙ୍କ ଭାଇ ଓ ସମ୍ପର୍କୀୟଙ୍କ ଘରେ ମଧ୍ୟ ତଲାସୀ କରାଯାଉଛି। ଯାଞ୍ଚ ଚାଲିବାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ଦିଆଯାଇନାହିଁ।
ଚଢାଉ ହୋଇଥିବା ଘର ତାଙ୍କ ବାପାଙ୍କର ବୋଲି ଶଙ୍କର କହିଛନ୍ତି। ସେ ଆହୁରି କହିଛନ୍ତି, ଏହି ଘର ଉପରେ ତାଙ୍କ ଭାଇ ଭଊଣୀଙ୍କ ମଧ୍ୟ ବାଣ୍ଟ ରହିଛି।
ନିକଟରେ ଶଙ୍କର ରାଓଙ୍କୁ ମାଲକାନଗିରି ବଦଳି କରାଯାଇଥିଲେ ମଧ୍ୟ ସେ ସେଠାକୁ ଯାଇ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ।