ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳକରୁ ଅପହରଣ ପରେ ଗଣ ବଳାତ୍କାରର ଶିକାର ହୋଇଥିବା ଜଣେ ମୁକ ଓ ବଧିର ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଠାର ମାଧ୍ୟମରେ ଯୁବତୀ ଜଣଙ୍କ ବଳାତ୍କାର ଶିକାର ହୋଇଥିବା ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ଥଇଥାନ ପାଇଁ ବ୍ୟବସ୍ଥା କରାଯାଥିବା ସୁନ୍ଦରଗଡ଼ ଜିଲ୍ଲାପାଳ କହିଛନ୍ତି।
ଅଭିଯୋଗ ଅନୁସାରେ ଅଭିଯୁକ୍ତମାନେ ଯୁବତୀଙ୍କୁ ଅପହରଣ କରି ଦିଲ୍ଲୀ ନେଇଯାଇଥିଲେ। ଦିଲ୍ଲୀରେ ଜଣେ ଦଲାଲକୁ ଯୁବତୀ ଜଣଙ୍କୁ ସେମାନେ ବିକ୍ରି କରି ଦେଇଥିଲେ। ସେଠାରେ ଯୁବତୀ ଜଣଙ୍କ ବାରମ୍ବାର ଗଣ ବଳାତ୍କାରର ଶିକାର ହୋଇଥିଲେ। କୌଣସି ପ୍ରକାରେ ଯୁବତୀ ଜଣଙ୍କ ଦଲାଲଙ୍କ କବଳରୁ ଖସି ରାଜସ୍ଥାନ ପଳାଇ ଯାଇଥିଲେ। ସେଠାରେ ଜଣେ ସହୃଦୟ ବ୍ୟକ୍ତି ତାଙ୍କୁ ଉଦ୍ଧାର କରି ହରିୟାଣା ନେଇ ଯାଇ ଯୁବତୀଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଖବର ପାଇ ଯୁବତୀଙ୍କ ପରିବାର ଲୋକେ ହରିୟାନା ଯାଇ ତାଙ୍କୁ ଘରକୁ ଆଣିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।
Crime
ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ
ପରିବାର ଲୋକେ ଖବର ପାଇ ଝିଅକୁ ରାସ୍ତାକଡ଼ରୁ ଉଦ୍ଧାର କରିଥିଲେ।