ବ୍ରହ୍ମପୁର: ରମେଶ ଜେନା ଓ ୨ ସହଯୋଗୀଙ୍କୁ ଦୁଇ ଦିନ ରିମାଣ୍ଡରେ ନେଲା ପୋଲିସ୍

ବ୍ରହ୍ମପୁର: ଏକ ଜମି ହଡ଼ପ ମାମଲାରେ ଅଧିକ ଜେରା କରିବା ପାଇଁ ସଦର ଥାନା ପୋଲିସ ଆଜି ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନା ଓ ତାଙ୍କର ଦୁଇ ସହଯୋଗୀ ମୁରଲି ମୋହନ ଓ ବୁନା ସାହୁଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି। ଗତ ୮ ତାରିଖରେ ସଦର ଥାନାରେ କିରଣ ପଣ୍ଡାଙ୍କ ସମେତ ତିନି ଜଣଙ୍କ ନାମରେ ନିମଖଣ୍ଡି ଓ ବୋରଗାଁ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ୪ ଏକରରୁ ଉର୍ଦ୍ଧ ଜମି ଜୋରଜବରଦସ୍ତ କରି ନେଇଯାଇଥିବା […]

ramesh jena

Rakesh Mallick
  • Published: Thursday, 28 April 2016
  • , Updated: 28 April 2016, 03:08 PM IST

ବ୍ରହ୍ମପୁର: ଏକ ଜମି ହଡ଼ପ ମାମଲାରେ ଅଧିକ ଜେରା କରିବା ପାଇଁ ସଦର ଥାନା ପୋଲିସ ଆଜି ସାନଖେମୁଣ୍ଡିର ପୂର୍ବତନ ବିଧାୟକ ରମେଶ ଜେନା ଓ ତାଙ୍କର ଦୁଇ ସହଯୋଗୀ ମୁରଲି ମୋହନ ଓ ବୁନା ସାହୁଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି। ଗତ ୮ ତାରିଖରେ ସଦର ଥାନାରେ କିରଣ ପଣ୍ଡାଙ୍କ ସମେତ ତିନି ଜଣଙ୍କ ନାମରେ ନିମଖଣ୍ଡି ଓ ବୋରଗାଁ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ୪ ଏକରରୁ ଉର୍ଦ୍ଧ ଜମି ଜୋରଜବରଦସ୍ତ କରି ନେଇଯାଇଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିଲା।  କିରଣ ପଣ୍ଡା ଏବେ ଜେଲରେ ଅଛନ୍ତି।  କିରଣଙ୍କ ସହ ରମେଶଙ୍କର କଣ ସଂପର୍କ ରହିଛି, ଆଉ ଜମି ହଡ଼ପର ସତ୍ୟାସତ୍ୟ ଜାଣିବା ପାଇଁ ସଦର ଥାନା ପୋଲିସ୍ ଆଜି ଏହି ତିନି ଜଣଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ନେଇଛି।

Related story