ଭୁବନେଶ୍ୱର: ସୁଶାନ୍ତ ସମେତ ୩ ଡକାୟତ ଗିରଫ

ଭୁବନେଶ୍ୱର: ଡକାୟତି ଯୋଜନା କରୁଥିବା ବେଳେ ୩ ଜଣ ଡକାୟତଙ୍କୁ ଗିରଫ କରିଛି ଭୁବନେଶ୍ୱରର ମଞ୍ଚେଶ୍ୱର ପୋଲିସ୍। ସେମାନଙ୍କଠାରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ୫ ରାଉଣ୍ଡ ଗୁଳି ଜବତ କରାଯାଇଛି। ଗିରଫ ୩ ଡକାୟତଙ୍କ ମଧ୍ୟରେ ଅଛି ଦୁର୍ଦ୍ଦାନ୍ତ ସୁଶାନ୍ତ ରେଡ୍ଡି । ତା’ ନାଁରେ ବିଭିନ୍ନ ଥାନାରେ ଡକାୟତି ସହିତ ହତ୍ୟା ମାମଲା ରହିଛି। କିଛି ଦିନ ତଳେ ଜାମିନ୍‌ରେ ଆସିଥିବା ସୁଶାନ୍ତ ପୁଣି ଡକାୟତି କରିବାକୁ ଯୋଜନା କରୁଥିବା ନେଇ କୌଣସି ସୂତ୍ରରୁ […]

dacoits

Rakesh Mallick
  • Published: Sunday, 24 July 2016
  • , Updated: 24 July 2016, 03:52 PM IST

ଭୁବନେଶ୍ୱର: ଡକାୟତି ଯୋଜନା କରୁଥିବା ବେଳେ ୩ ଜଣ ଡକାୟତଙ୍କୁ ଗିରଫ କରିଛି ଭୁବନେଶ୍ୱରର ମଞ୍ଚେଶ୍ୱର ପୋଲିସ୍। ସେମାନଙ୍କଠାରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ୫ ରାଉଣ୍ଡ ଗୁଳି ଜବତ କରାଯାଇଛି।

ଗିରଫ ୩ ଡକାୟତଙ୍କ ମଧ୍ୟରେ ଅଛି ଦୁର୍ଦ୍ଦାନ୍ତ ସୁଶାନ୍ତ ରେଡ୍ଡି । ତା’ ନାଁରେ ବିଭିନ୍ନ ଥାନାରେ ଡକାୟତି ସହିତ ହତ୍ୟା ମାମଲା ରହିଛି। କିଛି ଦିନ ତଳେ ଜାମିନ୍‌ରେ ଆସିଥିବା ସୁଶାନ୍ତ ପୁଣି ଡକାୟତି କରିବାକୁ ଯୋଜନା କରୁଥିବା ନେଇ କୌଣସି ସୂତ୍ରରୁ ପୋଲିସ୍ ସୂଚନା ପାଇବା ପରେ ଚଢ଼ାଉ କରିଥିଲା ଓ ତାକୁ ଏବଂ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା। ଝାରପଡ଼ା ଜେଲ୍‌ରେ ଥିବା ଅପରାଧୀ ବିକ୍ରମ ମଲ୍ଲିକ ସହିତ ତା’ର ସଂପର୍କ ଥିବା ପୋଲିସ୍ ପ୍ରମାଣ ପାଇଛି।

Related story