ଆଲବମ୍ ଅଭିନେତ୍ରୀଙ୍କୁ ଅପହରଣ ଉଦ୍ୟମ, ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଜଣେ ଆଲବମ୍‌ ଅଭିନେତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ବରମୁଣ୍ଡା ଓଭରବ୍ରିଜ୍‌ରୁ ଖଣ୍ଡଗିରି ପୋଲିସ୍ ଅଭିନେତ୍ରୀ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅପହରଣ ଉଦ୍ୟମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ପୋଲିସ୍ ଏକ ବୋଲେରୋକୁ ଜବତ କରିଛି। ଗିରଫ ତିନି ଯୁବକ ହେଲେ ବିକାଶ କୁମାର ବେହେରା (୨୪) ବାଙ୍କନିଧି ସାହୁ (୨୬) ଓ ଶିଶିର କୁମାର ନାୟକ (୨୪)। ଏ ସମସ୍ତଙ୍କ ଘର ନୟାଗଡ଼ ଜିଲ୍ଲାରେ। […]

abdution

Rakesh Mallick
  • Published: Sunday, 11 September 2016
  • , Updated: 11 September 2016, 01:59 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ଗତକାଲି ବିଳମ୍ବିତ ରାତିରେ ଜଣେ ଆଲବମ୍‌ ଅଭିନେତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ବରମୁଣ୍ଡା ଓଭରବ୍ରିଜ୍‌ରୁ ଖଣ୍ଡଗିରି ପୋଲିସ୍ ଅଭିନେତ୍ରୀ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଅପହରଣ ଉଦ୍ୟମ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ପୋଲିସ୍ ଏକ ବୋଲେରୋକୁ ଜବତ କରିଛି।

ଗିରଫ ତିନି ଯୁବକ ହେଲେ ବିକାଶ କୁମାର ବେହେରା (୨୪) ବାଙ୍କନିଧି ସାହୁ (୨୬) ଓ ଶିଶିର କୁମାର ନାୟକ (୨୪)। ଏ ସମସ୍ତଙ୍କ ଘର ନୟାଗଡ଼ ଜିଲ୍ଲାରେ। ସେମାନେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ରହୁଥିଲେ।

Related story