ଭୁବନେଶ୍ୱର: ଗୁଳିମାଡ଼ରେ ୨ ଯୁବକ ଗୁରୁତର, ୩ ଅଟକ

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଫୁଟିଲା ଗୁଳି। ଗୁରୁବାର ବିଳମ୍ୱିତ ରାତିରେ ଖଣ୍ଡଗିରି ଅଞ୍ଚଳରେ ଘଟିଛି ଏହି ଗୁଳିକାଣ୍ଡ। ଏକ ଢାବା ନିକଟରେ ୫ ରାଉଣ୍ଡ ଫାୟାରିଂ ହୋଇଥିବା ସୂଚନା ମିଳିଛି। ଏଥିରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ଏବଂ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ଆହତ ଜଣେ ଯୁବକ ରଞ୍ଜିତ ସେଠୀ ବୋଲି ଜଣାପଡିଥିବା ବେଳେ ଆଉ ଜଣଙ୍କ ପରିଚୟ ମିଳିପାରିନାହିଁ। ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ […]

alok

Rakesh Mallick
  • Published: Friday, 11 December 2015
  • , Updated: 11 December 2015, 12:55 PM IST

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଫୁଟିଲା ଗୁଳି। ଗୁରୁବାର ବିଳମ୍ୱିତ ରାତିରେ ଖଣ୍ଡଗିରି ଅଞ୍ଚଳରେ ଘଟିଛି ଏହି ଗୁଳିକାଣ୍ଡ। ଏକ ଢାବା ନିକଟରେ ୫ ରାଉଣ୍ଡ ଫାୟାରିଂ ହୋଇଥିବା ସୂଚନା ମିଳିଛି। ଏଥିରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ଏବଂ ପରେ କଟକକୁ ସ୍ଥାନାନ୍ତର କରାଯାଇଛି। ଆହତ ଜଣେ ଯୁବକ ରଞ୍ଜିତ ସେଠୀ ବୋଲି ଜଣାପଡିଥିବା ବେଳେ ଆଉ ଜଣଙ୍କ ପରିଚୟ ମିଳିପାରିନାହିଁ। ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ପୋଲିସ୍ କହୁଛି ଯେ ଗୁଳିଫୁଟାଇଥିବା ଓ ଆହତ ହୋଇଥିବା ଯୁବକମାନେ ପରସ୍ପରକୁ ଜାଣନ୍ତି। ସେମାନେ ସମସେ ଯାଜପୁରର କଳିଙ୍ଗନଗର ଅଞ୍ଚଳର। ସେମାନେ ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ରହୁଛନ୍ତି। ଗତକାଲି ରାତିରେ ସେମାନେ ସମସ୍ତେ ସାଙ୍ଗ ହୋଇ ତୋମାଣ୍ଡୋ ନିକଟସ୍ଥ ଏକ ଢାବାକୁ ଖାଇବାକୁ ଯାଇଥିଲେ। ସେମାନେ ମୋଟ ୬ ଜଣ ଥିଲେ। ଢାବାରୁ ଖାଇ ଫେରିବା ପରେ ଖଣ୍ଡଗିରି ଥାନାଠାରୁ ଅଳ୍ପ ଦୂରରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଛି। ପରେ ସେମାନେ ପରସ୍ପରକୁ ଗୁଳି କରିଥିଲେ। ସମସ୍ତ ଯୁବକଙ୍କ ନିକଟରେ ବନ୍ଧୁକ  ଥିଲା।

କିନ୍ତୁ ଅଟକ ଥିବା ଯୁବକମାନେ ପୂରା ଓଲଟା କଥା କହୁଛନ୍ତି। ସେମାନଙ୍କ କହିଛନ୍ତି ଯେ ସେମାନେ ଢାବାରେ ଖାଇ ଫେରିବା ବେଳେ ଖଣ୍ଡଗିରି ଥାନା ଠାରୁ ମାତ୍ର କିଛି ଦୂରରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଚାଲିଥିଲା। ସେମାନେ ସେଠାକୁ କ’ଣ ହୋଇଛି ବୋଲି ଦେଖିବାକୁ ଯାଇଥିଲେ। ତେବେ କିଛି ବୁଝିବା ଆଗରୁ ଫାୟାରିଂ ଆରମ୍ଭ କରି ଦେଇଥିଲେ ସେହି ଦୁଇ ଗୋଷ୍ଠୀ।

ଏଣୁ ପ୍ରକୃତ ଘଟଣା କ’ଣ ଜଣାପଡ଼ି ନାହିଁ। ତଦନ୍ତ ପରେ ସତ କଥା ବାହାରକୁ ଆସିବ।

Related story