ଭୁବନେଶ୍ୱରରୁ ଗଞ୍ଜେଇ ବ୍ୟବସାୟୀ ଗିରଫ

ଭୁବନେଶ୍ୱର: ଦୁର୍ଗା ପୂଜା ପୂର୍ବରୁ ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌କୁ ବଡ଼ ସଫଳତା ମିଳିଛି। ଆଜି ପୋଲିସ୍‌ ମଞ୍ଚେଶ୍ୱର ଅଞ୍ଚଳରେ ଚଢ଼ାଉ କରି ୩ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ସ୍କୁଟି, ୧୫ କେଜି ଗଞ୍ଜେଇ, ଗୋଟିଏ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି।

ଅଭିଯୁକ୍ତମାନେ କୋରାପୁଟରୁ ଗଞ୍ଜେଇ ଆଣି ଏଠାରେ କାରବାର କରୁଥିବା ଅଭିଯୋଗ ହୋଇଛି।