ମଣିପୁର ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ଆଉ ଥରେ ହେଲା ଶବ ବ୍ୟବଚ୍ଛେଦ, ଦୁଇଦିନ ଭିତରେ ଆସିବ ରିପୋର୍ଟ

ଭୁବନେଶ୍ୱର: ଓଏଏସ୍ କ୍ୱାର୍ଟର୍ସ ପରିସରରୁ ମଣିପୁର ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ଗୁରୁବାର ସାନି ତଦନ୍ତ ଆରମ୍ଭ ହୋଇଛି। କମିଶନରେଟ୍ ପୋଲିସ୍ ଓ ମଣିପୁର ପୋଲିସ୍ ପକ୍ଷରୁ ଏହି ତଦନ୍ତ ଆରମ୍ଭ କରାଯାଇଛି। ସେହିପରି ମୃତ ଯୁବକଙ୍କର ଶବକୁ କଟକରେ ଦ୍ୱିତୀୟ ଥର ପାଇଁ ବ୍ୟବଚ୍ଛେଦ କରାଯାଇଛି। କମିଶନରେଟ୍ ପୋଲିସର ଜଣେ ଏସପି ଓ ମଣିପୁର ପୋଲିସର ଉପସ୍ଥିତିରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଶବ ବ୍ୟବଚ୍ଛେଦ କରିଛନ୍ତି। ଏହାର ରିପୋର୍ଟ ଦୁଇଦିନ ମଧ୍ୟରେ ଆସିବ। ଶବ […]

pumai murderd in oas quater

Rakesh Mallick
  • Published: Thursday, 10 December 2015
  • , Updated: 10 December 2015, 05:45 PM IST

ଭୁବନେଶ୍ୱର: ଓଏଏସ୍ କ୍ୱାର୍ଟର୍ସ ପରିସରରୁ ମଣିପୁର ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ଗୁରୁବାର ସାନି ତଦନ୍ତ ଆରମ୍ଭ ହୋଇଛି। କମିଶନରେଟ୍ ପୋଲିସ୍ ଓ ମଣିପୁର ପୋଲିସ୍ ପକ୍ଷରୁ ଏହି ତଦନ୍ତ ଆରମ୍ଭ କରାଯାଇଛି। ସେହିପରି ମୃତ ଯୁବକଙ୍କର ଶବକୁ କଟକରେ ଦ୍ୱିତୀୟ ଥର ପାଇଁ ବ୍ୟବଚ୍ଛେଦ କରାଯାଇଛି। କମିଶନରେଟ୍ ପୋଲିସର ଜଣେ ଏସପି ଓ ମଣିପୁର ପୋଲିସର ଉପସ୍ଥିତିରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଶବ ବ୍ୟବଚ୍ଛେଦ କରିଛନ୍ତି। ଏହାର ରିପୋର୍ଟ ଦୁଇଦିନ ମଧ୍ୟରେ ଆସିବ। ଶବ ବ୍ୟବଚ୍ଛେଦର ସମ୍ପୂର୍ଣ୍ଣ ଭିଡିଓଗ୍ରାଫୀ କରାଯାଇଛି।

ମୃତ ଯୁବକ ଏଲ. ପୁମାଇଙ୍କ ପରିବାର ଲୋକେ, ତାଙ୍କ ଓକିଲ ଓ ମଣିପୁରରୁ ଆସିଥିବା ଡିଏସପି ଘନଶ୍ୟାମ ଶର୍ମା ଆଜି ପୋଲିସ୍ କମିଶନରଙ୍କୁ ଭେଟିଥିଲେ ଓ ମାମଲା ସଂପର୍କରେ ଆଲୋଚନା କରିଥିଲେ। ମୃତ ଯୁବକଙ୍କ ପରିବାର ଲୋକେ ମାମଲାର ପୁନଃ ତଦନ୍ତ ପାଇଁ ଦାବି କରିଥିଲେ।

ଗତ ୨ ତାରିଖରେ ଝୁଲନ୍ତା ଅବସ୍ଥାରେ ମଣିପୁରର ଯୁବକ ଏଲ.ପୁମାଇଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ଯୁବକ ଜଣକ ଆତ୍ମହତ୍ୟା କରିଥିବା ଦର୍ଶାଇଥିଲା କମିଶନରେଟ୍ ପୋଲିସ।

Related story