ଭୁବନେଶ୍ୱର: କରାଟେକା ଚିନ୍ମୟୀଙ୍କଠାରୁ ଛିନ୍ତାଇ ଘଟଣାର ମୁଖ୍ୟ ଅଭିଯୁକ୍ତ ପୂର୍ଣ୍ଣଦତ୍ତ ମହାନ୍ତିକୁ ଗିରଫ କରିଛି କ୍ୟାପିଟାଲ୍ ଥାନା ପୋଲିସ୍। ଘଟଣାର ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ୍ ଉଦ୍ୟମ ଜାରି ରଖିଛି।
ଗତ ରବିବାର ରାତିରେ ଚିନ୍ମୟୀ ଟ୍ରେନିଂ ସାରି ଘରକୁ ଫେରୁଥିବା ବେଳେ ତିନି ଜଣ ଲୁଟେରା ଏକ ବାଇକ୍ରେ ଆସି ତାଙ୍କଠାରୁ ମୋବାଇଲ୍ ଲୁଟି ନେଇଥିଲେ। ହେଲେ ଚିନ୍ମୟୀ ହାର ନମାନି ସେମାନଙ୍କୁ ପ୍ରାୟ ତିନି କିଲୋମିଟର ପର୍ଯ୍ୟନ୍ତ ନିଜ ବାଇକ୍ରେ ଗୋଡ଼ାଇ ଥିଲେ। ଶେଷରେ ୟୁନିଟ୍-୨ ଅଞ୍ଚଳରେ ଲୁଟେରାଙ୍କ ଗାଡ଼ିକୁ ଧକ୍କା ଦେଇ ସେମାନଙ୍କୁ ତଳେ ପକାଇ ଦେଇଥିଲେ। କରାଟେ ଜାଣିଥିବା ଯୋଗୁଁ ସେ ସେମାନଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଦୁର୍ବୃତ୍ତମାନେ ମାଡ଼ ଖାଇ ବାଇକ୍ ଛାଡ଼ି ଦୌଡ଼ି ପଳାଇ ଯାଇଥିଲେ।