ଭୁବନେଶ୍ୱର: ପ୍ରୟାସ ନିଶା ନିବାରଣ କେନ୍ଦ୍ର କାଉନସେଲରଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ଥିବା ପ୍ରୟାସ ନିଶା ନିବାରଣ କେନ୍ଦ୍ରର କାଉନସେଲରଙ୍କୁ ହତ୍ୟା କରାଯାଇଛି। ମୃତ କାଉନସିଲରଙ୍କ ନାଁ ସୁମିତ ରଞ୍ଜନ ବେହେରା। ସେ କେମିତି ନିଶା ଛାଡିବା ଜାଣିବା ପାଇଁ ପ୍ରୟାସ ନିଶା ନିବାରଣ କେନ୍ଦ୍ରରେ ରହି କାଉନସେଲିଂ କରୁଥିଲେ। ୩୬ ଜଣ ଅନ୍ତେବାସୀ ସଂଘବନ୍ଧ ତାଙ୍କୁ ହତ୍ୟା କରିଛନ୍ତି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେ ନେଇ ପୋଲିସ ଖୋଲତାଡ ଆରମ୍ଭ କରିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ କିଛି […]

nisha

Rakesh Mallick
  • Published: Tuesday, 29 December 2015
  • , Updated: 29 December 2015, 03:00 PM IST

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ଥିବା ପ୍ରୟାସ ନିଶା ନିବାରଣ କେନ୍ଦ୍ରର କାଉନସେଲରଙ୍କୁ ହତ୍ୟା କରାଯାଇଛି। ମୃତ କାଉନସିଲରଙ୍କ ନାଁ ସୁମିତ ରଞ୍ଜନ ବେହେରା। ସେ କେମିତି ନିଶା ଛାଡିବା ଜାଣିବା ପାଇଁ ପ୍ରୟାସ ନିଶା ନିବାରଣ କେନ୍ଦ୍ରରେ ରହି କାଉନସେଲିଂ କରୁଥିଲେ। ୩୬ ଜଣ ଅନ୍ତେବାସୀ ସଂଘବନ୍ଧ ତାଙ୍କୁ ହତ୍ୟା କରିଛନ୍ତି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେ ନେଇ ପୋଲିସ ଖୋଲତାଡ ଆରମ୍ଭ କରିଛି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ କିଛି ଅନ୍ତେବାସୀ ଆଉ ନିଶା ନିବାରଣ କେନ୍ଦ୍ରରେ ରହିବାକୁ ଚାହୁଁ ନ ଥିଲେ। ତେଣୁ ସେଠାରୁ ଚାଲିଯିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ସବୁଦିନ ଭଳି କାଉନସେଲିଂ ପାଇଁ ଆସିଥିବା ସୁମିତଙ୍କୁ ଅଭିଯୁକ୍ତମାନେ ଚାବି ମାଗିଥିଲେ। ତେବେ ସୁମିତ୍ ଚାବି ନ ଦେବାରୁ ସେମାନେ ତାଙ୍କ ହାତ, ଗୋଡ଼ ଓ ମୁହଁ ବାନ୍ଧି ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ସୁମିତଙ୍କୁ ଖୋଜିବାକୁ ଆସିଥିବା ଅନ୍ୟ ଜଣେ କାଉନସେଲରଙ୍କୁ ମଧ୍ୟ ଅଭିଯୁକ୍ତମାନେ ସମାନ ଢଙ୍ଗରେ ଆକ୍ରମଣ କରିବା ସହ ଚାବି ନେଇ ପଳାଇଥିଲେ।

ସେପଟେ ଏହି ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଖାସ୍ କରି ନିଶା ଖୋରଙ୍କ ମେଳରେ ରହୁଥିବା କାଉନସେଲରଙ୍କ ସୁରକ୍ଷା ଲାଗି ନିଶା ନିବାରଣ କେନ୍ଦ୍ରରେ କୌଣସି ବ୍ୟବସ୍ଥା ଅଛି କି ନାହିଁ। ଯଦି ଅଛି ତେବେ କେମିତି ଏହି ଘଟଣା ଘଟିଲା। ସେହିପରି ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ନିଶାଖୋରକୁ ରଖା ଗଲା କେମିତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେପଟେ ଏହି ଘଟଣାକୁ ନେଇ କମିଶମନରେଟ୍ ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

Related story